ଜାତୀୟ ହ୍ବିଲ୍‌ଚେୟାର ଅସିଚାଳନା, ଓଡ଼ିଶାକୁ ୧୨ ପଦକ

ଭୁବନେଶ୍ବର: ଜାତୀୟ ହ୍ବିଲ୍‌ ଚେୟାର ଅସିଚାଳନା ପ୍ରତିଯୋଗିତାରେ ଓଡ଼ିଶା ୬ ସ୍ବର୍ଣ୍ଣ, ୩ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୧୨ ପଦକ ସହ ଅଭିଯାନ ଶେଷ କରିଛି। ପ୍ରଥମ ଦିନରେ ୪ ପଦକ ପାଇଥିବା ଓଡ଼ିଶା ସୋମବାର ଶେଷ ଦିବସରେ ଆଉ ୮ ପଦକ ଅମଳ କରିଥିଲା। ସାବରେ ବ୍ୟକ୍ତିଗତ ଏ’ ବର୍ଗରେ ମାଳତୀ ପନୌର ସ୍ବର୍ଣ୍ଣ ଏବଂ ଶୀଲା ମନ୍ତ୍ରୀ କାଂସ୍ୟ ଜିତିଥିଲା ବେଳେ ବି’ ବର୍ଗରେ ପୂଜାସ୍ବନୀ ନାୟକ କାଂସ୍ୟ ପାଇଥିଲେ। ଦଳଗତ ବର୍ଗରେ ପୁରୁଷ ଫଏଲ୍‌, ଇପି ଓ ମହିଳା ଫଏଲ୍‌କୁ ସ୍ବର୍ଣ୍ଣ ପଦକ ମିଳିଥିଲା। ତେବେ ମହିଳା ସବରେ ଦଳ ରୌପ୍ୟ ଓ ଇପି ଦଳ କାଂସ୍ୟରେ ସନ୍ତୁଷ୍ଟ ରହିଥିଲା। ରାଖାଲ କୁମାର ସେଠୀ, ଭି ରମେଶ ରାଓ, ଅକ୍ଷୟ କୁମାର ସାହୁ, କମଳକାନ୍ତ ନାୟକ, ପ୍ରଭାକର ବେହେରା ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ପୁରୁଷ ଦଳରେ ରହିଥିଲେ। ମାଳତୀ ପନୌର, ଶୀଲା ମନ୍ତ୍ରୀ, ପୂଜାସ୍ବିନୀ ନାୟକ, ମଧୁ ମଞ୍ଜରୀ ଧଳ, ଜୁଲି ସାହୁ ଓ ଲକ୍ଷ୍ମୀ ପାତ୍ର ମହିଳା ଦଳରେ ରହିଥିଲେ।

ସମ୍ବନ୍ଧିତ ଖବର