ଜାତୀୟ ହୁଇଲ୍‌ଚେୟାର ଫେନ୍‌ସିଂ: ଓଡ଼ିଶାକୁ ୨୦ ପଦକ

ଭୁବନେଶ୍ବର: ଓଡ଼ିଶା ପାରା ସ୍ପୋର୍ଟ୍ସ ସଂଘ (ପିଏସ୍‌ଏଓ) ଆନୁକୂଲ୍ୟରେ ପୂର୍ବତଟ ରେଳବାଇ ଇନ୍‌ଡୋର ଷ୍ଟାଡିୟମଠାରେ ଆୟୋଜିତ ୧୪ତମ ଜାତୀୟ ହ୍ବିଲ୍‌ଚେୟାର ଫେନ୍ସିଂ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ୫ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୬ କାଂସ୍ୟ ସହ ମୋଟ ୨୦ ପଦକ ପାଇ ଅଭିଯାନ ଶେ‌ଷ କରିଛି। ବ୍ୟକ୍ତିଗତ ବର୍ଗରେ ପୂଜାସ୍ବିନୀ ନାୟକ (ମହିଳା କ୍ୟାଟେଗୋରୀ-ବି’ ଇପି), ଶିଲା ମନ୍ତ୍ରୀ (ମହିଳା କ୍ୟାଟେଗୋରୀ-ଏ’ ଇପି), ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ (ପୁରୁଷ କ୍ୟାଟେଗୋରୀ-ବି’ ଫଏଲ୍‌)ରେ ସ୍ବର୍ଣ୍ଣ ଜିତିଥିଲେ। ସେହିପରି ଓଡ଼ିଶା ପୁରୁଷ ଓ ମହିଳା ଫଏଲ୍‌ ଦଳ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର