ଭୁବନେଶ୍ବର: ହରିୟାଣାରେ ଶନିବାରଠୁ ଆରମ୍ଭ ହୋଇଥିବା ଜାତୀୟ ହ୍ବିଲଚେୟାର ଅସିଚାଳନାର ପ୍ରଥମ ଦିନରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ସହ ମୋଟ ୪ ପଦକ ମିଳିଛି। ମହିଳା ସାବ୍ରେ ଏ’ ବର୍ଗରେ ମାଳତୀ ପାନୁରେ ସ୍ବର୍ଣ୍ଣ ଏବଂ ଶିଲା ମନ୍ତ୍ରୀ ରୌପ୍ୟ ଜିତିଥିଲେ। ଫାଇନାଲ୍ରେ ମାଳତୀ ୧୦-୭ରେ ଶିଲାଙ୍କୁ ପରାସ୍ତ କରିଥିଲେ। ମହିଳା ଇପି ବି’ ବର୍ଗରେ ପୂଜାସ୍ବିନୀ ନାୟକ ରୌପ୍ୟ ପଦକ ପାଇଥିଲା ବେଳେ ଆଶା ସିଂହଙ୍କୁ କାଂସ୍ୟ ମିଳିଥିଲା। ଫାଇନାଲ୍ରେ ପୂଜା ୮-୧୦ରେ ଛତିଶଗଡ଼ର ରୋହିଣୀ ସାହୁଙ୍କଠୁ ହାରିଥିଲେ। ସେମିଫାଇନାଲ୍ରେ ପୂଜାଙ୍କଠୁ ୮-୧୦ରେ ଆଶା ହାରି କାଂସ୍ୟ ପଦକ ପାଇଥିଲେ।