ଭାରତୀୟ ମହିଳା ଫୁଟ୍‌ବଲ୍‌ ଲିଗ୍‌ ୨୫ରୁ

ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟ୍‌ବଲ୍‌ ଲିଗ୍‌ (ଆଇଡବ୍ଲୁଏଲ୍‌) ଦ୍ୱିତୀୟ ସଂସ୍କରଣ ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବ। ୭ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ପରସ୍ପରକୁ ଭେଟିବେ। ଶ୍ରେଷ୍ଠ ୪ ଦଳ ସେମିଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ସେମିଫାଇନାଲ୍‌ ଅପ୍ରେଲ୍‌ ୧୨ ଏବଂ ଫାଇନାଲ୍‌ ମ୍ୟାଚ୍‌ ଅପ୍ରେଲ୍‌ ୧୫ ତାରିଖରେ ଖେଳାଯିବ। ଏଥିରେ ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌ ବ୍ୟତୀତ ଇଷ୍ଟର୍ନ ସ୍ପୋର୍ଟିଂ ୟୁନିୟନ୍‌, କେଆର୍‌ଓ୍ଵାଇଏଚ୍‌ପିଏସ୍‌ଏ, ଇଣ୍ଡିଆ ରସ୍‌ ସକର କ୍ଲବ୍‌, ସେଥୁ ଏଫ୍‌ସି, ଗୋକୁଲାମ କେରଳ ଏଫ୍‌ସି ଏବଂ ଇନ୍ଦିରା ଗାନ୍ଧି ଏକାଡେମି ଫର୍‌ ସ୍ପୋର୍ଟସ ଆଣ୍ଡ୍‌ ଏଜୁକେସନ୍‌ ରହିଛନ୍ତି। ସିଲଙ୍ଗ୍‌ରେ ହେବାକୁଥିବା ଉଦ୍‌ଘାଟନୀ ମୁକାବିଲାରେ ଗତ ଥରର ବିଜେତା ଇଷ୍ଟର୍ନ ସ୍ପୋର୍ଟିଂ ୟୁନିୟନ୍‌ ଏବଂ ଇନ୍ଦିରା ଗାନ୍ଧି ଏକାଡେମି ଫର୍‌ ସ୍ପୋର୍ଟସ ଏବଂ ଇଜୁକେସନ୍‌ ଭେଟାଭେଟି ହେବେ। ସେହିଦିନ ଓଡ଼ିଶା ଦଳ ରାଇଜିଂ ଷ୍ଟୁଡେଣ୍ଟ୍‌ ଓ ଗୋକୁଳମ କେରଳ ଏଫ୍‌ସି ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର