ଜାତୀୟ ମହିଳା ଫୁଟ୍‌ବଲ୍‌: ଦିଲ୍ଲୀ, ମଣିପୁର, ପଞ୍ଜାବ, ତାମିଲନାଡୁ, ମହାରାଷ୍ଟ୍ର ବିଜୟୀ

କଟକ: ଏଠାରେ ଚାଲିଥିବା ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବୁଧବାର ଦିଲ୍ଲୀ, ମଣିପୁର, ପଞ୍ଜାବ, ତାମିଲନାଡୁ, ମହାରାଷ୍ଟ୍ର ବିଜୟୀ ହୋଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଦିଲ୍ଲୀ ୫-୦ ଗୋଲ୍‌ରେ ମଧ୍ୟ୍ରପ୍ରଦେଶକୁ ହରାଇଛି। ବିଜୟୀ ଦଳର ଡାଲିମା ଛିବେର (୩, ୨୫, ୩୫, ୪୨ ମିନିଟ୍‌) ୪ ଏବଂ ପ୍ରାନ୍ସି କୁମାରୀ (୭୧ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ। ଏହି ପଡ଼ିଆରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ପଞ୍ଜାବ ୬-୦ ଗୋଲ୍‌ରେ ବିହାରକୁ ପରାସ୍ତ କରିଛି। ସୟଦ ବୁକ୍‌ସିରା (୩୮ ଓ ୪୬ ମିନିଟ୍‌) ଓ ଦୀପିକା (୨୫ ଓ ୩୫ ମିନିଟ୍‌) ୨ ଲେଖାଏଁ, ଭୀରପାଲ କୌର (୩୬ ମିନିଟ୍‌) ଓ ଲାଲମ୍‌ ହୋକିପ୍‌ (୯୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ବାରବାଟୀ ଷ୍ଟାଡିୟମରେ ମଣିପୁର ୯-୦ ଗୋଲ୍‌ରେ ଉତ୍ତରାଖଣ୍ଡକୁ ହରାଇଛି। ରତ୍ନବାଳା ଦେବୀ (୭୮, ୮୬, ୯୩ ମିନିଟ୍‌) ଓ ବାଲା ଦେବୀ (୩, ୫, ୮୦ ମିନିଟ୍‌) ୩ ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ରିନାରଏ ଦେବୀ (୫୬), ପରମେଶ୍ୱରୀ ଦେବୀ (୯୨) ଓ କସ୍‌ମିନା ଏମ୍‌ଏସ୍‌ (୮୪) ଗୋଟିଏ ଲେଖାଏଁ  ଗୋଲ୍‌ ଯୋଡ଼ିଥିଲେ। ବିଡ଼ାନାସୀ ପଡ଼ିଆରେ ତାମିଲନାଡୁ ୭-୦ ଗୋଲ୍‌ରେ ମିଜୋରାମ୍‌କୁ ହରାଇଥିଲା। ଏହି ମ୍ୟାଚ୍‌ରେ ଇନ୍ଦୁମତୀ (୪, ୪୬, ୭୧, ୯୦ ମିନିଟ୍‌) ୪ ଓ ସୁମିତ୍ରା ଆର୍‌ (୨୭, ୫୩, ୭୨ ମିନିଟ୍‌) ୩ ଗୋଲ୍‌ ଦେଇଥିଲେ। ଏଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ମହାରାଷ୍ଟ୍ର ୬-୦ ଗୋଲ୍‌ରେ ଚଣ୍ଡୀଗଡ଼କୁ ହରାଇଛି। ବିଜୟୀ ଦଳର ପୂଜା ଧମାଲ ୧୦ ଓ ୬୩ ମିନିଟ୍‌, ଐଶ୍ୱର୍ଯ୍ୟା ବାଲପୁରୀ ୨୪, ୫୩, ୬୪ ମିନିଟ୍‌ ଓ ସପ୍ନା ଜୈସଓ୍ଵାର ୯୨ ମିନିଟ୍‌ରେ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର