କଟକ: ଆୟୋଜକ ଓଡ଼ିଶା ଜାତୀୟ ମହିଳା ଫୁଟ୍ବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛି। ସେମିଫାଇନାଲ୍ରେ ଓଡ଼ିଶାର ମୁକାବିଲା ତାମିଲନାଡ଼ୁ ସହ ହେବ। ସେହିପରି ରେଳବାଇ ଓ ମଣିପୁର ମଧ୍ୟରେ ଦ୍ବିତୀୟ ସେମିଫାଇନାଲ୍ ଖେଳାଯିବ। ଉଭୟ ସେମିଫାଇନାଲ୍ ଶନିବାର ବିଡ଼ାନାସୀ ପଡ଼ିଆରେ ଖେଳାଯିବ। ଗୁରୁବାର କ୍ବାର୍ଟର ଫାଇନାଲ୍ରେ ଓଡ଼ିଶା ୧-୦ ଗୋଲ୍ରେ ବେଙ୍ଗଲକୁ ହରାଇଛି। ୭୭ ମିନିଟ୍ରେ ଅଞ୍ଜୁ ତମଙ୍ଗ ଏହି ଗୋଲ୍ କରିଥିଲେ। ଅନ୍ୟ ଏକ ମ୍ୟାଚ୍ରେ ତାମିଲନାଡୁ ୪-୩ ପେନାଲ୍ଟି କିକ୍ରେ ଦିଲ୍ଲୀକୁ ପରାସ୍ତ କରିଥିଲା। ନିର୍ଧାରିତ ସମୟରେ ମ୍ୟାଚ୍ ୧-୧ ଗୋଲ୍ରେ ଅମୀମା˚ସିତ ରହିଥିଲା। ତାମିଲନାଡୁର ଇନ୍ଦୁମତୀ ଓ ଦିଲ୍ଲୀର ଡାଲିମା ଛିବେର ଗୋଲ ଦେଇଥିଲେ। ପରେ ପେନାଲ୍ଟି କିକ୍ରେ ତାମିଲନାଡୁ ୩-୨ରେ ବିଜୟୀ ହୋଇଥିଲା। ବିଡ଼ାନାସୀ ପଡ଼ିଆରେ ରେଳବାଇ ୪-୦ ଗୋଲ୍ରେ ହରିୟାଣାକୁ ହରାଇଛି। ୟୁମ୍ନାମ କମଳା ଦେବୀ ଦୁଇଟି, କ୍ଷେତ୍ରୀମୟୁମ ଦେବୀ ଓ ମନପ୍ରୀତ କୌର ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ରେଭେନ୍ସା ବିଶ୍ବବିଦ୍ୟାଳୟରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ମଣିପୁର ୪-୧ ଗୋଲ୍ରେ ପଞ୍ଜାବକୁ ପରାସ୍ତ କରି ସେମି ଫାଇନାଲ୍ରେ ପ୍ରବେଶ କରିଛି। ବିଜୟୀ ଦଳ ପକ୍ଷରୁ ଦଙ୍ଗମୟୀ ଗ୍ରେସ୍ ଦୁଇଟି, ବାଲା ଦେବୀ ଓ ରତ୍ନବାଳା ଦେବୀ ଗୋଟିଏ କରି ଗୋଲ ଦେଇଥିଲା ବେଳେ ପଞ୍ଜାବର ଏସ୍ ତେଜିବାଳା ଦେବୀ ଗୋଟିଏ ଗୋଲ୍ ଶୁଝି ଦେଇଥିଲେ।
ଜାତୀୟ ମହିଳା ଫୁଟ୍ବଲ୍ ସେମିରେ ଓଡ଼ିଶା
/sambad/media/post_attachments/wp-content/uploads/2018/09/football-10.jpg)