ଜାତୀୟ ବାଳିକା ଫୁଟବଲ୍‌:ଝାଡ଼ଖଣ୍ଡ ୨୦-୦ରେ ଜିତିଲା

ଭୁବନେଶ୍ବର: କଟକର ବାରବାଟୀ ଏବଂ ଡ୍ରିମ୍ସ ପଡ଼ିଆରେ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ୍ ପ୍ରତିଯୋଗିତାରେ ମଙ୍ଗଳବାର ଝାଡ଼ଖଣ୍ଡ ୨୦-୦ ଗୋଲ୍‌ ବ୍ୟବଧାନରେ ତ୍ରିପୁରାକୁ ପରାସ୍ତ କରିଛି। ମ୍ୟାଚ୍‌ ସାରା ପ୍ରାଧାନ୍ୟ ବିସ୍ତାର କରିଥିବା ଝାଡ଼ଖଣ୍ଡ ବାଳିକାମାନେ ଗୋଲ ବର୍ଷା କରି ପ୍ରତିଯୋଗିତାରେ ଅନ୍ୟତମ ସର୍ବବୃହତ ବିଜୟ ହାସଲ କରିଥିଲେ। ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ଆସାମ ୨-୧ ଗୋଲ୍‌ରେ ମହାରାଷ୍ଟ୍ରକୁ ପରାସ୍ତ କରିଥିବା ବେଳେ ଉତ୍ତରପ୍ରଦେଶ-ଛତିଶଗଡ଼ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଛି।

ସମ୍ବନ୍ଧିତ ଖବର