ଜାତୀୟ ମହିଳା ଫୁଟ୍‌ବଲ୍‌ ଉଦ୍‌ଘାଟିତ:ଓଡ଼ିଶା ୫-୦ରେ ଛତିଶଗଡ଼କୁ ହରାଇଲା

ଭୁବନେଶ୍ୱର: କଟକର ରେଭେନସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ମଙ୍ଗଳବାରଠାରୁ ୨୪ତମ ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଓଡ଼ିଶା ନିଜର ପ୍ରଥମ ମ୍ୟାଚ୍‌ରେ ୫-୦ ଗୋଲ୍‌ରେ ଛତିଶଗଡ଼କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ପକ୍ଷରୁ ଅଞ୍ଜୁ ତମାଙ୍ଗ ଏକାକୀ ୪ ଗୋଲ୍‌ (୨୭, ୫୩, ୭୩, ୮୫ ମିନିଟ୍‌) ଦେଇଥିବାବେଳେ ଶୁଭଦ୍ରା ସାହୁ (୮୨ ମିନିଟ୍‌) ଅନ୍ୟ ଗୋଲ୍‌ଟି ଦେଇଥିଲେ।ା ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟ ଏକତରଫା ଭାବେ ଶେଷ ହୋଇଥିଲା। ହରିଆନା ୧୦-୦ରେ କର୍ଣ୍ଣାଟକକୁ, ଭାରତୀୟ ରେଳବାଇ ୧୪-୦ରେ ହିମାଚଳପ୍ରଦେଶକୁ, ପଶ୍ଚିମବଙ୍ଗର ଆଇଏଫ୍‌ଏ ୧୨-୦ରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି। ଉଦ୍‌ଘାଟନୀ ଉତ୍ସବରେ ରେଭେନସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଈଶାନ କୁମାର ପାତ୍ରୋ, ଓଡ଼ିଶା ଅଲିମ୍ପିିକ୍‌ ଆସୋସିଏସନ୍‌ ସମ୍ପାଦକ ଆଶୀର୍ବାଦ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଫାଓ ସମ୍ପାଦକ ସଂଜୟ ବେହେରା, ଉପ ସଭାପତି ବିଜୟ ଦାସ, ଭକ୍ତ ବଲ୍ଲଭ ଦାସ, ତଡ଼ିତ କୁମାର ରାଉତ, ଦିଲ୍ଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଭିଜିତ୍‌ ପାଲ, ସଦସ୍ୟ ଅଞ୍ଜନ କୁମାର ଖୁଣ୍ଟିଆ, ରବି ଶଙ୍କର ପ୍ରତିହାରୀ, ଦୁର୍ଗାମାଧବ ନାଏକ, କର୍ପୋରେଟର୍‌ ରଂଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର