ଜାତୀୟ ମହିଳା ଫୁଟ୍‌ବଲ୍‌ରେ ତାମିଲନାଡ଼ୁ ବିଜୟ

କଟକ: ବିଡ଼ାନାସୀ ପଡ଼ିଆରେ ସୋମବାର ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାର ଏକମାତ୍ର ମ୍ୟାଚରେ ତାମିଲନାଡୁ ୯-୦ ଗୋଲରେ ମହାରାଷ୍ଟ୍ରକୁ ହରାଇଛି। ବିଜୟୀ ଦଳ ପାଇଁ ଇନ୍ଦୁମତୀ ୫ ଗୋଲ ଦେଇଥିଲେ। ୩୦, ୪୧, ୫୫, ୬୩, ୬୯ ମିନିଟ୍‌ରେ ଏହି ଗୋଲ ଗୁଡ଼ିକ ଦେଇଥିଲାବେଳେ ସୁମିତ୍ରା ଆର୍‌ ୪୯ ଓ ୬୮ ମିନିଟ୍‌ରେ ଦୁଇଟି, ଏମ୍‌ ନନ୍ଦିନୀ ୫୧ ମିନିଟ୍‌ ଓ ମିନୋଲିଆ ଏସ୍‌ ୮୯ ମିନିଟ୍‌ରେ ଗୋଲ ସ୍କୋର କରି ଦଳକୁ ଜିତାଇଥିଲେ। ଏହି ମ୍ୟାଚକୁ ବିଷ୍ଣୁପ୍ରିୟା ଦାସ, ସୁଜାତା ପାଲିତ, ଫୁରକି ଲାମହୁ ଭୂତିଆ, ଅରୁଣଭା ଭଟ୍ଟାଚାର୍ଯ୍ୟ ପରିଚାଳନା କରିଥିଲେ।ୀ

ସମ୍ବନ୍ଧିତ ଖବର