ଜାତୀୟ ମହିଳା ହକିରେ ଓଡ଼ିଶା ବିଜୟୀ

କଟକ: କେରଳର କୋଲାମରେ ଆରମ୍ଭ ହୋଇଥିବା ଜାତୀୟ ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୩-୧ ଗୋଲ୍‌ରେ କେରଳକୁ ପରାସ୍ତ କରିଛି। ୩୬ ମିନିଟ୍‌ରେ ଓଡ଼ିଶାର ଜୀବନକିଶୋରୀ ଟପ୍ପୋ ପ୍ରଥମ ଗୋଲ୍‌ ଦେଇଥିଲା ବେଳେ ୪୪ ମିନିଟ୍‌ରେ କେରଳର ଅର୍ଚ୍ଚନା ପ୍ରସାଦ ଶୈଳଜା ଏହାକୁ ଶୁଝି ଦେଇଥିଲେ। ତେବେ ୫୩ ଓ ୬୦ ମିନିଟ୍‌ରେ ଯଥାକ୍ରମେ ରୋଜିତା କୁଜୁର ଓ ଅବିନାଶୀ ମୁକ୍ତି ସୁରିନ୍‌ ଦୁଇଟି ଗୋଲ୍‌ ଦେଇ ଓଡ଼ିଶାକୁ ଅଗ୍ରଣୀ ଦେବା ସହ ବିଜୟୀ କରାଇଥିଲେ। ଶୁକ୍ରବାର ହିମାଚଳ ପ୍ରଦେଶକୁ ଭେଟିବ ଓଡ଼ିଶା।

ସମ୍ବନ୍ଧିତ ଖବର