ଜାତୀୟ ମହିଳା ହକିରେ ଓଡ଼ିଶାର ବିଜୟ ଅଭିଯାନ

କଟକ,: ଝାଡ଼ଖଣ୍ଡର ରାଞ୍ଚିଠାରେ ଅଷ୍ଟମ ଜାତୀୟ ମହିଳା ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ମହିଳା ଦଳ ୮-୧ ଗୋଲ୍‌ରେ ଭୋପାଳକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ପକ୍ଷରୁ ଅସୀମା କାଞ୍ଚନ ବାର୍ଲା (୭ ଓ ୩୬ ମିନିଟ୍‌) ଓ ରଶ୍ମିତା ମିଞ୍ଜ (୨୮ ଓ ୪୮ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ କରିଥିଲା ବେଳେ ସଂଗୀତା ରୋଜ୍‌ କୁଲୁ (୧୮ ମିନିଟ୍‌), ମାରିଆନା କୁଜୁର (୨୨ ମିନିଟ୍‌), ଦୀପ୍ତି ଲାକ୍ରା (୨୩ ମିନିଟ୍‌) ଓ ନମିତା ଟପ୍ପୋ (୫୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ବ୍ୟବଧାନ ବଢ଼ାଇଥିଲେ। ଭୋପାଳ ମ୍ୟାଚର ୨୦ତମ ମିନିଟ୍‌ରେ ଗୋଟିଏ ଗୋଲ୍‌ ଶୁଝି ବ୍ୟବଧାନ କମାଇଥିଲା। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଆସନ୍ତା ୩ ତାରିଖରେ ହିମାଚଳ ପ୍ରଦେଶକୁ ଭେଟିବ।

ସମ୍ବନ୍ଧିତ ଖବର