ଜାତୀୟ ମହିଳା ଫୁଟ୍‌ବଲ: ଓଡ଼ିଶାର ବିଜୟ ଅଭିଯାନ

ଜାତୀୟ ମହିଳା ଫୁଟ୍‌ବଲ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ବୁଧବାର ଏହି ମ୍ୟାଚ୍‌ରେ ଓଡ଼ିଶା ୧୦-୦ ଗୋଲ୍‌ରେ ଗୁଜୁରାଟକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ପକ୍ଷରୁ ପ୍ୟାରୀ ଖାଖା (୩୧, ୪୩, ୪୪, ୫୩, ୬୫ ମିନିଟ୍‌) ସର୍ବାଧିକ ୫ ଗୋଲ୍‌ କରିଥିଲା ବେଳେ ସିନୁଲତା ସାହୁ (୯, ୪୭ ଓ ୫୯ ମିନିଟ୍‌) ୩ ଏବଂ ମେନକା ମଲ୍ଲିକ (୮୨ ଓ ୮୯ ମିନିଟ୍‌) ୨ଟି ଗୋଲ୍‌ ଦେଇ ଦଳକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିବା ଓଡ଼ିଶା ମହିଳାମାନେ ଗୁଜୁରାଟକୁ କୌଣସି ସୁଯୋଗ ଦେଇନଥିଲେ। ପ୍ରଥମାର୍ଧରେ ସିନୁଲତା ଓ ପ୍ୟାରୀ ମିଳିତ ଭାବେ ୪ ଗୋଲ୍‌ ଦେଇଥିଲା ବେଳେ ଅବଶିଷ୍ଟ ୬ ଗୋଲ ଦ୍ୱିତୀୟାର୍ଧରେ ସ୍କୋର ହୋଇଥିଲା। ଆସନ୍ତା ୨ ତାରିଖରେ ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଗୁଜୁରାଟ ସହିତ ଥିବାରୁ ଓଡ଼ିଶାର ପ୍ରି-କ୍ୱାର୍ଟର ପ୍ରବେଶ ଆଶା ଉଜ୍ଜଳ ରହିଛି। ବୁଧବାରର ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗ ୧୦-୦ ଗୋଲ୍‌ରେ ମିଜୋରାମକୁ, କେରଳ ୩-୦ ଗୋଲ୍‌ରେ ବିହାରକୁ, ପଣ୍ଡିଚେରୀ ୧୪-୩ ଗୋଲ୍‌ରେ ମଧ୍ୟପ୍ରଦେଶକୁ ହରାଇଛି।

ସମ୍ବନ୍ଧିତ ଖବର