କଟକ: ଚେନ୍ନାଇରେ ଚାଲିଥିବା ଅନ୍ତଃରାଜ୍ୟ ମହିଳା ଟେ୍ଵଣ୍ଟି-୨୦ରେ ଓଡ଼ିଶା ଲଗାତର ତୃତୀୟ ମ୍ୟାଚରେ ବିଜୟୀ ହୋଇ ହ୍ୟାଟ୍ରିକ୍ କରିଛି। ପ୍ଲେଟ୍ ଗ୍ରୁପ୍ ‘ସି’ ରାଉଣ୍ଡ୍-୧ରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୮ ଓ୍ଵିକେଟରେ ତ୍ରିପୁରାକୁ ହରାଇଛି। ଟସ୍ ଜିତି ତ୍ରିପୁରା ବ୍ୟାଟିଂ କରିଥିଲା ବେଳେ ନିର୍ଧାରିତ ଓଭରରେ ୬ ଓ୍ଵିକେଟ ହରାଇ ୧୧୦ ରନ୍ ସଂଗ୍ରହ କରିଥିଲା। ମୌଚଟି ଦେବନାଥ ୪୨, ଇନ୍ଦ୍ରାରାଣୀ ଜମାଟିଆ ୩୭ ରନ୍ କରିଥିଲା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଏହି ଦୁଇ ଜଣ ପ୍ରଥମ ଓ୍ଵିକେଟରେ ୭୬ ରନ୍ ସଂଗ୍ରହ କରିଥିଲେ। ଓଡ଼ିଶାରୁ ରୋସନାରା ପରବିନ୍ ୨, ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ମଧୁସ୍ମିତା ବେହେରା ଗୋଟିଏ ଲେଖାଏଁ ଓ୍ଵିକେଟ ପାଇଥିଲେ। ୧୧୧ ରନ୍ ବିଜୟ ଲକ୍ଷ୍ୟକୁ ଓଡ଼ିଶା ୧୮.୨ ଓଭରରେ ୨ ଓ୍ଵିକେଟ ବିନିମୟରେ ହାସଲ କରିନେଇଥିଲା। ମାଧୁରୀ ମେହେଟ୍ଟା ୩୨, ମଧୁସ୍ମିତା ବେହେରା ୪୫ ରନ୍ କରି ଆଉଟ ହୋଇଥିଲା ବେଳେ ସରିତା ମେହେର ୨୫* ଓ ପ୍ରଜ୍ଞା ପାରମିତା ମହାନ୍ତି ୮* ରନ୍ କରି ଦଳକୁ ଜିତାଇଥିଲେ।
ଅନ୍ତଃରାଜ୍ୟ ମହିଳା ଟେ୍ଵଣ୍ଟି-୨୦:ଓଡ଼ିଶାର ହ୍ୟାଟ୍ରିକ୍ ବିଜୟ
/sambad/media/post_attachments/wp-content/uploads/2018/01/4-Women-cricketers.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)