ଭୁବନେଶ୍ବର: ପଞ୍ଜାବରେ ଚାଲିଥିବା ଜାତୀୟ ମହିଳା ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ ରାଉଣ୍ଡରେ ଓଡ଼ିଶା ୪ ମ୍ୟାଚ୍ ଖେଳି ତୃତୀୟ ବିଜୟ ପାଇଛି। ବୁଧବାର ନିଜର ଚତୁର୍ଥ ମ୍ୟାଚ୍ରେ ଓଡ଼ିଶା ୪-୦ ଗୋଲ୍ରେ କର୍ଣ୍ଣାଟକକୁ ପରାସ୍ତ କରିଛି। ଫଳରେ ଏହି ଦଳ ୯ ପଏଣ୍ଟ ସହ ଟେବୁଲର ଦ୍ବିତୀୟକୁ ଉଠିଛି। ମ୍ୟାଚ୍ର ୩୪ତମ ମିନିଟ୍ରେ ଅଧିନାୟିକା ଯଶୋଦା ମୁଣ୍ଡାଙ୍କ ଗୋଲ୍ରେ ଓଡ଼ିଶା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାର ୪ ମିନିଟ୍ ପରେ ଦଳକୁ ମିଳିଥିବା ପେନାଲ୍ଟିକୁ ଯଶୋଦା (୩୮ ମିନିଟ୍) ସଫଳତା ସହ ଗୋଲ୍ରେ ପରିଣତ କରି ଦେଇଥିଲେ। ୪୪ତମ ମିନିଟ୍ରେ ମାଳତୀ ମୁଣ୍ଡାଙ୍କ ଗୋଲ୍ ବଳରେ ଓଡ଼ିଶା ୩-୦ରେ ପ୍ରଥମାର୍ଦ୍ଧକୁ ନିଜ ପକ୍ଷରେ ରଖିଥିଲା। ଦ୍ବିତୀୟାର୍ଦ୍ଧରେ ଯଶୋଦା (୫୫ ମିନିଟ୍) ଗୋଲ୍ ଦେଇ ବ୍ୟକ୍ତିଗତ ହ୍ୟାଟ୍ରିକ ଅର୍ଜନ କରିବା ସହ ଦଳକୁ ୪-୦ରେ ଆଗୁଆ କରିଥିଲେ। ଏହା ପରେ ଗୋଲ୍ ନହେବାରୁ ଭାରତ ୪-୦ ବ୍ୟବଧାନରେ ବିଜୟୀ ହୋଇଥିଲା। ଯଶୋଦା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଜାତୀୟ ମହିଳା ଫୁଟ୍ବଲ୍: ଯଶୋଦାଙ୍କ ହ୍ୟାଟ୍ରିକ୍; ଓଡ଼ିଶାର ତୃତୀୟ ବିଜୟ
/sambad/media/post_attachments/wp-content/uploads/2023/06/54fh654fs6fhsfhhffs.jpg)