ଜାତୀୟ ମହିଳା ହକି: ରୋଜିତାଙ୍କ ହ୍ୟାଟ୍ରିକ୍‌, ଫାଇନାଲ୍‌ରେ ଓଡ଼ିଶା

ଭୁବନେଶ୍ବର: ମଧ୍ୟପ୍ରଦେଶର ଭୋପାଳରେ ଚାଲିଥିବା ଜାତୀୟ ମହିଳା ହକି ପ୍ରତିଯୋଗିତାର ଫାଇନାଲ୍‌ରେ ଓଡ଼ିଶା ପ୍ରବେଶ କରିଛି। ସୋମବାର ସେମିଫାଇନାଲ୍‌ରେ ରୋଜିତା କୁଜୁରଙ୍କ ହ୍ୟାଟ୍ରିକ୍‌ ବଳରେ ଓଡ଼ିଶା ୫-୦ ଗୋଲ୍‌ରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା। ‌ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହେବା ପରେ ଦ୍ବିତୀୟ କ୍ବାର୍ଟରରେ ଦଳକୁ ମିଳିଥିବା ପେନାଲ୍‌ଟି ଷ୍ଟ୍ରୋକ୍‌କୁ ରୋଜିତା (୨୧ ମିନିଟ୍‌) ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥି‌ଲେ। ଏହାପରେ ଜାହ୍ନବୀ ପ୍ରଧାନ (୩୫ ମନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ରେ ଓଡ଼ିଶା ସ୍ଥିତି ୨-୦ କରିଥିଲା। ରୋଜିତା (୩୬, ୪୮ ମିନିଟ୍‌)ରେ ଆଉ ଦୁଇ ଗୋଲ୍‌‌ ଦେଇ ହ୍ୟାଟ୍ରିକ୍‌ ସଫଳତା ପାଇବା ସହ ଦଳକୁ ୪-୦ରେ ଆଗୁଆ କରିଥିଲେ। ଶେଷ ମିନିଟ୍‌ରେ ଭାରତୀ ଏକ୍କା (୬୦ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ୫-୦ ବିଜୟ ପାଇଥିଲା। ମଙ୍ଗଳବାର ଫାଇନାଲ୍‌ରେ ଓଡ଼ିଶା ଭେଟିବ କର୍ଣ୍ଣାଟକକୁ। ସେମିଫାଇନାଲ୍‌ରେ କର୍ଣ୍ଣାଟକ ୨-୦ରେ ହରିୟାଣାକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର