ବ୍ରହ୍ମପୁର: ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ୍ରେ ଚାଲିଥିବା ଜାତୀୟ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାର ତୃତୀୟ ଦିନରେ ପଦକର ବର୍ଷା କରିଛନ୍ତି ଓଡ଼ିଶାର ଭାରୋତ୍ତୋଳକ। ତୃତୀୟ ଦିନରେ ତିନିଟି ବର୍ଗ ଯଥା ୫୯ କିଲୋ, ୬୪ କିଲୋ, ୭୧ କିଲୋ ବର୍ଗରେ ପ୍ରତିଯୋଗିତା ହୋଇଥିଲା। ସେଥିରୁ ଓଡ଼ିଶା ତିନିଟି ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ତିନିଟି କାଂସ୍ୟ ପଦକ ହାସଲ କରିଛି। ଶନିବାରର ପଦକକୁ ମିଶାଇ ଆୟୋଜକ ଓଡ଼ିଶାର ମୋଟ ପଦକ ସଂଖ୍ୟା ୧୪ (୭ ସ୍ବର୍ଣ୍ଣ, ୪ ରୌପ୍ୟ, ୩ କାଂସ୍ୟ)କୁ ବଢ଼ିଛି।
୫୯ କିଲୋ କନିଷ୍ଠ ବର୍ଗରେ ଓଡ଼ିଶାର ବିଦୁସ୍ମିତା ଭୋଇଙ୍କ ମୋଟ ୧୮୯ ( ସ୍ନାଚ୍ରେ ୮୪ ଓ କ୍ଲିନ୍ ଆଣ୍ଡ ଜର୍କରେ ୧୦୫) ସ୍ବର୍ଣ୍ଣ, ପଶ୍ଚିମବଙ୍ଗର ରାଜ୍ୟଶ୍ରୀ ବିଶ୍ବାସ ମୋଟ ୧୮୮ ( ସ୍ନାଚ୍ରେ ୮୫ ଓ କ୍ଲିନ୍ ଆଣ୍ଡ ଜର୍କରେ ୧୦୩) ରୌପ୍ୟ ଓ ଓଡ଼ିଶାର ମୀନା ସାନ୍ତା (ବି) ମୋଟ ୧୫୭ ( ସ୍ନାଚ୍ରେ ୭୦ ଓ କ୍ଲିନ ଆଣ୍ଡ ଜର୍କରେ ୮୭) ଭାର ଉଠାଇ କାଂସ୍ୟ ପଦକ ହାସଲ କରିଛନ୍ତି। ଯୁବବର୍ଗରେ ମୀନା ସାନ୍ତା (ବି) ମୋଟ ୧୫୭ ( ସ୍ନାଚ୍ରେ ୭୦ ଓ କ୍ଲିନ୍ ଆଣ୍ଡ୍ ଜର୍କରେ ୮୭)ଙ୍କୁ ସ୍ବର୍ଣ୍ଣ, ଝାଡ଼ଖଣ୍ଡର ସୀମା ମାରାଣ୍ଡି ମୋଟ ୧୪୭ ( ସ୍ନାଚ୍ରେ ୬୬ ଓ କ୍ଲିନ୍ ଆଣ୍ଡ୍ ଜର୍କରେ ୮୧)ଙ୍କୁ ରୌପ୍ୟ, ହରିୟାଣାର ଆରତିଙ୍କୁ ମୋଟ ୧୪୬ (ସ୍ନାଚ୍ରେ ୬୬ ଓ କ୍ଲିନ୍ ଆଣ୍ଡ୍ ଜର୍କରେ ୮୦) ବ୍ରୋଞ୍ଜପଦକ ହାସଲ କରିଛନ୍ତି।
ବରିଷ୍ଠରେ ଓଡ଼ିଶାର ରୀମା ଭୋଇ ମୋଟ ୧୯୨ ( ସ୍ନାଚ୍ରେ ୮୨ ଓ କ୍ଲିନ ଆଣ୍ଡ ଜର୍କରେ ୧୧୦) ସ୍ବର୍ଣ୍ଣ, ପଶ୍ଚିମବଙ୍ଗର ରାଜ୍ୟଶ୍ରୀ ବିଶ୍ବାସ ମୋଟ ୧୮୮ (ସ୍ନାଚ୍ରେ ୮୫ ଓ କ୍ଲିନ୍ ଆଣ୍ଡ ଜର୍କରେ ୧୦୩) ଙ୍କୁ ରୌପ୍ୟ ଓ ମୀନା ସାନ୍ତା ମୋଟ ୧୫୭ (ସ୍ନାଚ୍ରେ ୭୦ ଓ କ୍ଲିନ ଆଣ୍ଡ ଜର୍କରେ ୮୭)ରେ ବ୍ରୋଞ୍ଜପଦକ ହାସଲ କରିଛନ୍ତି। ସେହିପରି ୬୪ କିଲୋ ବର୍ଗର ବରିଷ୍ଠରେ ଛତିଶଗଡ଼ର ସୋନାଲି ଯାଦବ ମୋଟ ୧୮୩ (ସ୍ନାଚ୍ରେ ୮୧ ଓ କ୍ଲିନ ଆଣ୍ଡ ଜର୍କରେ ୧୦୨)ଙ୍କୁ ସ୍ବର୍ଣ୍ଣ, ଗୋଆର ହିମାଲି କାମ୍ବଲେ ମୋଟ ୧୮୦ କିଲୋ ( ସ୍ନାଚ୍ରେ ୭୫ ଓ କ୍ଲିନ୍ ଆଣ୍ଡ ଜର୍କରେ ୧୦୫)ରୌପ୍ୟ, ଓଡ଼ିଶାର ଅପରାଜିତା ଭୂୟାଁ ମୋଟ ୧୭୨ (ସ୍ନାଚ୍ରେ ୭୬ ଓ କ୍ଲିନ୍ ଆଣ୍ଡ ଜର୍କରେ ୯୬)ଙ୍କୁ ବ୍ରୋଞ୍ଜପଦକ ମିଳିଛି। କନିଷ୍ଠ ବର୍ଗରେ ମହାରାଷ୍ଟ୍ରର ମାହି ମହେନ୍ଦ୍ର ଭାବୁଲକର ମୋଟ ୧୬୧ ( ସ୍ନାଚ୍ରେ ୭୫ ଓ କ୍ଲିନ ଆଣ୍ଡ ଜର୍କରେ ୮୬), ଓଡ଼ିଶାର ଟିକି ମୋହିନି ମଲ୍ଲିକ ମୋଟ ୧୫୬ (ସ୍ନାଚ୍ରେ ୭୧ ଓ କ୍ଲିନ ଆଣ୍ଡ ଜର୍କରେ ୮୫) ଓ ତାମିଲନାଡୁର ଭରଣୀ ପ୍ରିୟା ମୋଟ ୧୪୭ (ସ୍ନାଚ୍ରେ ୬୫ ଓ କ୍ଲିନ୍ ଆଣ୍ଡ ଜର୍କରେ ୮୨) କିଲୋଗ୍ରାମ ଭାର ଉଠାଇ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଯୁବ ବର୍ଗରେ ମହାରାଷ୍ଟ୍ରର ରତିକା ଚିଞ୍ଚୱାଡ଼େ ମୋଟ ୧୫୮ ( ସ୍ନାଚ୍ରେ ୭୨ ଓ କ୍ଲିନ୍ ଆଣ୍ଡ ଜର୍କରେ ୮୬) ଭାର ଉଠାଇ ସ୍ବର୍ଣ୍ଣ, ଓଡ଼ିଶାର ଟିକିମୋହନ ମଲ୍ଲିକ ମୋଟ ୧୫୬ (ସ୍ନାଚ୍ରେ ୭୧ ଓ କ୍ଲିନ୍ ଆଣ୍ଡ ଜର୍କରେ ୮୫)ରେ ରୌପ୍ୟ, ରୋମାଲି ପ୍ରଧାନ ୧୪୫ (ସ୍ନାଚ୍ରେ ୬୩ ଓ କ୍ଲିନ୍ ଆଣ୍ଡ ଜର୍କରେ ୮୨)ଙ୍କୁ ବ୍ରୋଞ୍ଜ୍ ପଦକ ମିଳିଛି।