ଜାତୀୟ ୟୁଥ୍‌ ବାସ୍କେଟବଲ୍‌ ପାଇଁ ଓଡ଼ିଶା ଦଳ

କଟକ: କୋଏମ୍ବାଟୁରରେ ଆସନ୍ତା ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ୩୬ତମ ଜାତୀୟ ୟୁଥ୍‌ ବାସ୍କେଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ୨୪ ଜଣିଆ ଓଡ଼ିଶା ବାଳକ ଓ ବାଳିକା ଦଳ କୋଏମ୍ବାଟୁର ଯାତ୍ରା କରିଛି। ବାଳକ ଦଳ ସହ ଶିବପ୍ରସାଦ ନାୟକ ଓ ବାଳିକା ଦଳ ସହ ରାଜେନ୍ଦ୍ର ବେହେରା ପ୍ରଶିକ୍ଷକ ଭାବେ ନିୟୋଜିତ ହୋଇଛନ୍ତି। ମଦନ ରାଓ ଓଡ଼ିଶା ଦଳର ପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଛନ୍ତି।

ବାଳକ ଦଳ: ଅମ୍ରିତ ଦାସ, ସେକ୍‌ ଫୟାଜ, ବଳରାମ ଓରାମ, ଗୁଲାବ ସର୍ଦ୍ଦାର, ସୋନୁ ସ୍ବାଇଁ, ଵାଜିଦ ଖାନ୍‌, ଅମ୍ରିତ ଗୌରବ ରାଏ, ମାଜ୍‌ ଅଜିଜ୍‌, ଅନିମେଶ ସାହୁ, ପିଟର ଟପ୍ପୋ, ସୋଭନ କୁମାର ପ୍ରଧାନ, ସ୍ବୟ˚ସିଦ୍ଧ ରାଉତ।

ବାଳିକା ଦଳ: ଲିଜାଲିନ୍‌ ଜେନା, ସ˚ଜୀତା କୁମାରୀ ନାଏକ, ସୁଲଗ୍ନା ପ୍ରଧାନ, ତନ୍ମୟୀ ବେହେରା, ବନିତା ଚାର୍ଲ୍ସ, ମେଧାକ୍ରୀଷ୍ଣା ବେହେରା, ନନ୍ଦିନୀ ସି˚ହ ବର୍ମା, ଶ୍ବେତା ପ୍ରଧାନ, ଅଭିଲିପ୍ସା ପଟ୍ଟନାୟକ, ଆଦ୍ୟାଶା ଦାଶ, ପ୍ରଜ୍ଞା ପ୍ରିୟଦର୍ଶିନୀ, ତନୁଶ୍ରୀ ମହାନ୍ତି।

ସମ୍ବନ୍ଧିତ ଖବର