ଭୁବନେଶ୍ବର : ଉଦୟପୁରଠାରେ ଆରମ୍ଭ ହୋଇଥିବା ୪୫ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ମଙ୍ଗଳବାର ୨୦-୧୭ରେ ମୁମ୍ବାଇ ହ୍ୟାଣ୍ଡ୍ବଲ୍ ଏକାଡେମିକୁ ପରାସ୍ତ କରିଛି। ଅନ୍ତର୍ଜାତୀୟ ଅଭିଜ୍ଞ ଆର୍ଯ୍ୟନ ବ୍ରାହ୍ମିନଙ୍କ ନେତୃତ୍ବରେ ଖେଳୁଥିବା ଓଡ଼ିଶା ଦଳ ପରବର୍ତୀ ମ୍ୟାଚ୍ରେ ତେଲେଙ୍ଗାନାକୁ ଭେଟିବ।
ଓଡ଼ିଶା କନିଷ୍ଠ ହ୍ୟାଣ୍ଡ୍ବଲ୍ ଦଳ: ଆର୍ଯ୍ୟନ ବ୍ରାହ୍ମିନ (ଅଧିନାୟକ), ରାଜାରାମ ପଣ୍ଡା, ରବିନାରାୟଣ ସାମଲ, ପ୍ରୀତମ କୁମାର ଜେନା, ଗୌରୀ ଶଙ୍କର ଜେନା, ଦାମୋଦର ଖୁଣ୍ଟିଆ, ଅଜୟ ବେହେରା, ଚିନ୍ମୟ ବେହେରା, ଜ୍ଞାନରଂଜନ ଦାସ, ଦୀନେଶ ପୃଷ୍ଟି, ଅଭିଜିତ ସିଂହ, ସୁନିଲ ବେହେରା, ମିର୍ଜା ମିରାଜ ବେଗ୍, ବିଭୂ ପ୍ରସାଦ ରାଏ, ଜୀତେଶ ଜେନା, ସମୀର ସେଠୀ। ପ୍ରଶିକ୍ଷକ: ଚନ୍ଦନ ପତ୍ରୀ, ପ୍ରବଂଧକ: ଗୌରୀଶଙ୍କର ମିଶ୍ର।