ଜାତୀୟ ଫାଇଭ୍‌ ଏ ସାଇଡ୍‌ ହକି:ଓଡ଼ିଶା ପୁରୁଷ ଓ ମହିଳାଙ୍କ ବିଜୟ ଅଭିଯାନ

ଭୁବନେଶ୍ୱର: ପୁନେରେ ମଙ୍ଗଳବାର ଆରମ୍ଭ ହୋଇଥିବା ଦ୍ୱିତୀୟ ଜାତୀୟ ଫାଇଭ୍‌ ଏ ସାଇଡ୍‌ ହକି ପ୍ରତିଯୋଗିତାରେ ହକି ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ମହିଳାମାନେ କର୍ଣ୍ଣାଟକକୁ ୩-୧ରେ ପରାସ୍ତ କରିଥିଲେ। ଦଳ ପକ୍ଷରୁ ପୁର୍ନମ ମିଞ୍ଜ୍‌, ଦୀପ୍ତି ଲାକ୍ରା ଏବଂ ସ୍ୱୟଂସୁଦ୍ଧା ସାହୁ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଓଡ଼ିଶା ମହିଳା ବୁଧବାର ହରିଆନା ସହିତ ଅପରାହ୍‌ଣ ୧.୩୦ରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବ। ସେହିଭଳି ପୁରୁଷ ଦଳ ୯-୬ରେ ଝାଡ଼ଖଣ୍ଡକୁ ହରାଇଛନ୍ତି। ଓଡ଼ିଶା ପକ୍ଷରୁ ସଂଜୟ ଖାଲ୍‌କୋ ସର୍ବାଧିକ ୩ ଗୋଲ୍‌ ଦେଇଥିବାବେଳେ ରାକେଶ ଟେଟେ, ନିଲମ ସଂଜୀପ ଖେସ୍‌, ଟିଓଫିଲ୍‌ କୁଜୁର ପ୍ରତ୍ୟେକ ୨ ଲେଖାଏଁ ଗୋଲ୍‌ ଦେଇଥିଲେ। ପୁରୁଷ ଦଳ ବୁଧବାର ରାତି ୮.୩୦ରେ ପଞ୍ଜାବକୁ ଭେଟିବ।

ସମ୍ବନ୍ଧିତ ଖବର