ଜାତୀୟ ଫାଇଭ୍‌ ଏ ସାଇଡ୍‌ ହକିରେ ରାଜିନ ଅମ୍ପାୟାର

ଭୁବନେଶ୍ୱର: ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଜାତୀୟ ଫାଇଭ୍‌ ଏ ସାଇଡ୍‌ ବରିଷ୍ଠ ହକି ପ୍ରତିଯୋଗିତା ଲାଗି ଓଡ଼ିଶାର ରାଜିନ ଏକ୍କା ଅମ୍ପାୟାର ନିଯୁକ୍ତ ହୋଇଛନ୍ତି। ଏହି ପ୍ରତିଯୋଗିତା ବେଙ୍ଗାଲୁରୁର କେ ସି କାରିଆପ୍ପା ହକି ଏରିନାରେ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜିନ ରାଜ୍ୟର ଅନ୍ୟତମ ଉଦୀୟମାନ ହକି ଅମ୍ପାୟାର ହୋଇଥିଲା ବେଳେ ଏହା ପୂର୍ବରୁ ସେ ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ ସଫଳତାର ସହ ଅମ୍ପାୟାରିଂ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହି ପ୍ରତିଯୋଗିତା ଲାଗି ରାଜିନ ମଙ୍ଗଳବାର ବେଙ୍ଗାଲୁରୁ ପହଞ୍ଚିବାର ଅଛି।

ସମ୍ବନ୍ଧିତ ଖବର