ଜାତୀୟ ବାଳିକା ଫୁଟ୍‌ବଲ୍‌ ଚୟନ ଶିବିରରେ ଓଡ଼ିଶାରୁ ୫

କଟକ,: କୋଲକାତାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ୧୫ ବର୍ଷରୁ କମ୍‌ ଜାତୀୟ ବାଳିକା ଫୁଟ୍‌ବଲ ଦଳ ପାଇଁ ଚୟନ ଶିବିର ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶାରୁ ୫ ଜଣ ଶିବିରରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି। ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ମମତା ସୋରେନିଆ, ସରିତା ସୋରେଙ୍ଗ, ସୁସ୍ମିତା ତନ୍ତୀ, ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ବନ୍ୟା କବିରାଜ ଓ ବରଗଡ଼ର ନିକିତା ବିଶି ଏହି ଶିବିରରେ ଯୋଗଦେବେ। ଶିବିରରୁ ମନୋନୀତ ଖେଳାଳିମାନେ ସାଫ୍‌ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର