ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ଚଳିତମାସ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଆୟୋଜିତ ଜାତୀୟ ପଞ୍ଚମ ମାଷ୍ଟର୍ସ ଜଳକ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ଲକ୍ଷ୍ମୀ ଚରଣ ମହାକୁଡ଼ ୨ ସ୍ବର୍ଣ୍ଣ ଏବଂ ୨ ରୌପ୍ୟ ସହ ମୋଟ ୪ ପଦକ ଜିତିଛନ୍ତି। ୫୦ ଓ ୧୦୦ ମିଟର ବ୍ରେଷ୍ଟ େଷ୍ଟ୍ରାକରେ ଲକ୍ଷ୍ମୀ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ୫୦ ମିଟର ବଟରଫ୍ଲାଏ ଏବଂ ବ୍ୟାକ୍ ଷ୍ଟ୍ରୋକରେ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ସମ୍ବଲପୁରର ମୂଳ ବାସିନ୍ଦା ଲକ୍ଷ୍ମୀଚରଣ ସଂପ୍ରତି ଚନ୍ଦ୍ରଶେଖରପୁରଠାରେ ପୂର୍ବତଟ ରେଳବାଇର ସନ୍ତରଣ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।
ଜାତୀୟ ମାଷ୍ଟର୍ସ ସନ୍ତରଣ ଲକ୍ଷ୍ମୀଙ୍କୁ ୪ ପଦକ
/sambad/media/post_attachments/wp-content/uploads/2018/10/medal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)