ଜାତୀୟ ଉପ କନିଷ୍ଠ ହକି:ଓଡ଼ିଶା-ପଞ୍ଜାବ ମ୍ୟାଚ୍‌ ଅମୀମା˚ସିତ

ରାଜମୋନ ତିଲି

କଟକ/ଭୁବନେଶ୍ବର: ଛତିଶଗଡ଼ର ରାୟପୁରରେ ଚାଲିଥିବା ଜାତୀୟ ଉପ କନିଷ୍ଠ ହକିର ନବମ ସଂସ୍କରଣରେ ମଙ୍ଗଳବାର ଓଡ଼ିଶା ଓ ପଞ୍ଜାବ ମ୍ୟାଚ୍‌ ଅମୀମା˚ସିତ ରହିଛି। ମ୍ୟାଚ୍‌ର ୨୩ତମ ମିନିଟ୍‌ରେ ପଞ୍ଜାବର ଧୀରାଜ ସି˚ହ ପ୍ରଥମ ଗୋଲ୍‌ ଦେଇଥିଲା ବେଳେ ଓଡ଼ିଶା ପକ୍ଷରୁ ୪୮ତମ ମିନିଟ୍‌ରେ ରାଜମୋନ ତିଲି ଏହି ଗୋଲ୍‌କୁ ଶୁଝି ଦେଇଥିଲେ। ଏଥିପୂର୍ବରୁ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶକୁ ୧୫-୦ ଓ ଦ୍ବିତୀୟ ମ୍ୟାଚ୍‌ରେ ନାମଧାରୀ ଏକାଦଶକୁ ୬-୦ ଗୋଲ୍‌ରେ ହରାଇଥିଲା।
ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ହକି ଗାଙ୍ଗ୍‌ପୁର ଓଡ଼ିଶା ଦଳ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି। ଏହି ଦଳ ଏପର୍ଯ୍ୟନ୍ତ ଖେଳିଥିବା ଦୁଇଟିଯାକ ମ୍ୟାଚ୍‌ ହାରିସାରିଛି। ଶନିବାର ନିଜର ପ୍ରଥମ ମ୍ୟାଚ୍‌ରେ ମଣିପୁର ନିକଟରୁ ୧-୨ ଗୋଲ୍‌ରେ ହାରିଯାଇଥିବା ଗାଙ୍ଗ୍‌ପୁର ଦଳ ସୋମବାର ଦ୍ବିତୀୟ ମ୍ୟାଚ୍‌କୁ ୨-୫ ଗୋଲ୍‌ରେ ଝାଡ଼ଖଣ୍ଡଠୁ ହାରିଥିଲା।

ସମ୍ବନ୍ଧିତ ଖବର