ଭୁବନେଶ୍ୱର: ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁ ଶ୍ରୀକାନ୍ତିରାଭା ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ୩୯ତମ ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ପ୍ରତିଯୋଗିତା ଲାଗି ୫୦ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ସୁଦାମ ଚରଣ ସାହୁ, ଦୁଃଖିଶ୍ୟାମ ପାଢ଼ୀ, ନରସିଂହ ପାଣିଗ୍ରାହୀ ଏବଂ ସୁକାନ୍ତୀ ପାତ୍ରଙ୍କ ତତ୍ୱାବଧାନରେ ଏହି ଦଳ ରବିବାର ବେଙ୍ଗାଲୁରୁ ଗସ୍ତ କରିବ। ଏଥିରେ ଦେବାନନ୍ଦ ପାତ୍ର (୮୭), ବଳରାମ ପାତ୍ର (୮୭), ସୁଷମା ନନ୍ଦ (୮୦), ରାଜା ରାଓ (୭୮) ଏବଂ ଲକ୍ଷ୍ମଣ ସାହୁ ବୟୋଜ୍ୟେଷ୍ଠ ଖେଳାଳିଭାବେ ମନୋନୀତ ହୋଇଛନ୍ତି। ଓଡ଼ିଶା ମାଷ୍ଟର୍ସ ଦୌଡ଼କୁଦ ସଂଘର ଅବୈତନିକ ସମ୍ପାଦକ ସନ୍ତୋଷ କୁମାର ଦାସ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ଲାଗି ୫୦ ଜଣିଆ ଓଡ଼ିଶା ଦଳ
/sambad/media/post_attachments/wp-content/uploads/2017/11/colored-silhouettes-runners-vector-running-marathon-logo-figures-athletes-line-symbol-67530464.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)