ଭୁବନେଶ୍ୱର: ଝାଡ଼ଖଣ୍ଡର ରାଞ୍ଚିରେ ଚଳିତ ମାସ ୨୬ ତାରିଖରୁ ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିିବା ଅଷ୍ଟମ ଜାତୀୟ ବରିଷ୍ଠ ମହିଳା ହକି (ଏ ଓ ବି ଡିଭିଜନ) ପ୍ରତିଯୋଗିତା ଲାଗି ଓଡ଼ିଶାର ନିଶାନ ଜ୍ୟୋତି ମହାନ୍ତି ଅମ୍ପାୟାର ନିଯୁକ୍ତ ହୋଇଛନ୍ତି। ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ନିଶାନଙ୍କ ସଫଳ ପ୍ରଦର୍ଶନକୁ ସମ୍ମାନ ଜଣାଇ ହକି ଇଣ୍ଡିଆ ତାଙ୍କୁ ଏହି ସୁଯୋଗ ପ୍ରଦାନ କରିଛି। ଏଥିଲାଗି ହକି ଓଡ଼ିଶାର ସଂପାଦକ ପ୍ରତାପ ଶତପଥୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବତଟ ରେଳବାଇରେ କାର୍ଯ୍ୟରତ ନିଶାନ ପୂର୍ବରୁ ହକି ବିଶ୍ୱ ଲିଗ୍ ଫାଇନାଲ୍ରେ ବୈଷୟିକ ସହାୟକ ସହ ନିକଟରେ ଶେଷ ହୋଇଥିବା ୩୯ତମ ସର୍ବ ଭାରତୀୟ ରେଳବାଇ ମହିଳା ହକିରେ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ।
ଜାତୀୟ ବରିଷ୍ଠ ମହିଳା ହକିରେ ନିଶାନ ଅମ୍ପାୟାର
/sambad/media/post_attachments/wp-content/uploads/2018/01/w-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)