ଭୁବନେଶ୍ୱର: ଝାଡ଼ଖଣ୍ଡର ରାଞ୍ଚିରେ ଫେବ୍ରୁଆରି ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ଅଷ୍ଟମ ଜାତୀୟ ହକି ଇଣ୍ଡିଆ ବରିଷ୍ଠ ମହିଳା ହକି ପ୍ରତିଯୋଗିତା (ଡିଭିଜନ୍-ଏ) ଅନୁଷ୍ଠିତ ହେବ। ଏଥି ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଅଲିମ୍ପିଆନ୍ ସୁନୀତା ଲାକ୍ରା ଓଡ଼ିଶା ଦଳର ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ଦଳ ବୁଧବାର ରାଞ୍ଚି ଯାତ୍ରା କରିବା ପରେ ଶୁକ୍ରବାର ପ୍ରଥମ ମ୍ୟାଚ୍ ଭୋପାଳ ସହିତ ଖେଳିବ। କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ପ୍ରଶିକ୍ଷଣ ତଥା ଚୟନ ଶିବିର ଶେଷରେ ଓଡ଼ିଶା ଦଳ ଚୟନ କରାଯାଇଥିବା ହକି ଓଡ଼ିଶା ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ ଜଣାଇଛନ୍ତି।
ଓଡ଼ିଶା ଦଳ: ଆରତୀରେଶ୍ମା ଟୋପ୍ପୋ, ଅଶ୍ମିତା ବାର୍ଲା, ଖୁସ୍ବୁ କୁଜୁର୍, ସ୍ୱୟମ୍ ସୁଦ୍ଧା ସାହୁ, ରଶ୍ମିତା ମିଞ୍ଜ୍, ପୁନମ ମିଞ୍ଜ୍, ନମିତା ଟୋପ୍ପୋ, ସୁନୀତା ଲାକ୍ରା (ଅଧିନାୟିକା), ମାରିଆନା କୁଜୁର, ଏଲିମା ମିଞ୍ଜ୍, ଦୀପ୍ତି ଲାକ୍ରା, ଅସୀମ କାଞ୍ଜନ ବାର୍ଲା, ସଂଗୀତା ରୋଜ୍ କୁଲୁ, ମଞ୍ଜୁ ଲାକ୍ରା, ପ୍ରି୍ରୟଙ୍କା ଏକ୍କା, ରୋଜାଲିଆ ଲାକ୍ରା, ଭାରତୀ ଏକ୍କା, ରୀମା ତିର୍କି। ପ୍ରବଂଧକ: ନିର୍ମଳ ବଳ, ପ୍ରଶିକ୍ଷକ: ଲୁସେଲା ଏକ୍କା।
ଜାତୀୟ ମହିଳା ହକି ପାଇଁ ଦଳ ଘୋଷିତ:ସୁନୀତା ଓଡ଼ିଶା ଅଧିନାୟିକା
/sambad/media/post_attachments/wp-content/uploads/2018/01/12-SUB_JUNIOR-MEN-ODISHA-HOCKEY-TEAM.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)