୧୧ ଜଣ ଜାତୀୟ ପ୍ରତିଯୋଗୀଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ନବୀନ

‘ହୋସଲା-୨୦୧୭’ରେ ଓଡ଼ିଶାକୁ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୮ଟି କାଂସ୍ୟ ପଦକ

ଭୁବନେଶ୍ୱର: ଜାତୀୟ ପ୍ରତିଯୋଗିତା ‘ହୋସଲା-୨୦୧୭’ରେ ବିଜୟୀ ହୋଇଥିବା ୧୧ଜଣ ଓଡ଼ିଆ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଦ୍ଧିତ କରିବା ସହିତ ପୁରସ୍କାର ଘୋଷଣା କରିଛନ୍ତି। ସଚିବାଳୟଠାରେ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ନବୀନ ସ୍ୱର୍ଣ୍ଣ ପଦକ ବିଜୟୀ ପ୍ରତିଯୋଗୀମାନଙ୍କୁ ୫୦ ହଜାର ଟଙ୍କା, ରୌପ୍ୟ ପଦକ ଧାରୀମାନଙ୍କୁ ୩୦ ହଜାର ଟଙ୍କା ଏବଂ କାଂସ୍ୟ ପଦକଧାରୀ ମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବା ବୋଲି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ସ୍ୱତନ୍ତ୍ର ଯତ୍ନ ଓ ପ୍ରୋତ୍ସାହନର ଆବଶ୍ୟକତା ଥିବା ପିଲାମାନଙ୍କ ପାଇଁ ଜାତୀୟ ସ୍ତରର ଏକ କ୍ରୀଡା ପ୍ରତିଯୋଗିତା ହେଉଛି, ‘ହୋସଲା।’ ଚଳିତ ବର୍ଷ ଓଡ଼ିଶାରୁ ୧୧ଜଣ ପ୍ରତିଯୋଗୀ ବିଭିନ୍ନ କ୍ରୀଡ଼ାରେ ବିଜୟ ହାସଲ କରି ରାଜ୍ୟ ପାଇଁ ଗୌରବ ହାସଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ରୂପା ତାରକସିର ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ, ଆଗାମୀ ଦିନରେ ସେମାନେ ଆହୁରି ଅନେକ ସଫଳତା ହାସଲ କରିବେ।

ବିଜୟୀ ପ୍ରତିଯୋଗୀ:

-ଦୁର୍ଯ୍ୟୋଧନ ବିରୁଆ, (ଲଙ୍ଗ ଜମ୍ପ) ସ୍ୱର୍ଣ୍ଣ ପଦକ
-ବିକ୍ରମ ମାଝି, (ହାଇ ଜମ୍ପ) ସ୍ୱର୍ଣ୍ଣ ପଦକ
-ବିକାଶ ଚନ୍ଦ୍ର ମୁର୍ମୁ, (୧୦୦ ମିଟର) ରୌପ୍ୟ ପଦକ
-ମମତା ସିଂ, ଶର୍ମିଷ୍ଠା ପଣ୍ଡା, ପ୍ରତିମା ସାମନ୍ତରାୟ, ଛବିରାଣୀ ବେହେରା (୪୦୦ ମିଟର ରିଲେ) କାଂସ୍ୟ ପଦକ
-ଅଙ୍କୁର ସମଦ, ରୁବେନ ଦଳବେହେରା, ଅର୍ଜୁନ ମରାଣ୍ଡି, ସଞ୍ଜୟ ଟୁଡୁ (୪୦୦ ମିଟର) କାଂସ୍ୟ

ସମ୍ବନ୍ଧିତ ଖବର