ନୂଆଦିଲ୍ଲୀ: କିର୍ଗିଜ୍ସ୍ଥାନର ବିସ୍କେକ୍ ଠାରେ ଏସିୟ କୁସ୍ତି ଚମ୍ପିୟନସିପରେ ଜାପାନର ମିୟା ଇମାଇଙ୍କୁ ୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ ହରାଇ ଭାରତର ନଭଜୋତ କୌର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନଭଜୋତ୍ ଫାଇନାଲରେ ୯-୧ ଏକ ତରଫା ବିଜୟ ହାସଲ କରିଛନ୍ତି। ପୂର୍ବରୁ ଭାରତର ସାକ୍ଷୀ ମଲିକ୍ ୬୨ ବର୍ଗ ଫ୍ରିଷ୍ଟାଇଲରେ କାଜାକସ୍ତାନର ଆୟୁଲିମ୍ କାସିମୋଭାଙ୍କୁ ୧୦-୭ ରାଉଣ୍ଡରେ ପରାସ୍ତ କରି କାଂସ୍ୟ ପଦକ ଜିତିଥିଲେ। ସେହିଭଳି ଭିନେଶ ଫୋଗଟ୍ ୫୦କେଜି ବର୍ଗ କୁସ୍ତିରେ ଚାଇନାର ଚୁନ୍ ଲିଙ୍କଠାରୁ ହାରି ରୌପ୍ୟ ପଦକ ଜିତିଛନ୍ତି।
ଅନ୍ୟଜଣେ ମହିଳା ମଲ୍ଲ ଯୋଦ୍ଧା ସଙ୍ଗୀତା ୫୯ କେଜି ବର୍ଗରେ କୋରିଆର ଜିୟୁମ ଉମ୍ଙ୍କୁ ପରାସ୍ତ କରି କାଂସ୍ୟ ପଦକ ହାସଲ କରିଛନ୍ତି। ଏପଯ୍ୟର୍ନ୍ତ ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ପାଇଛି। ମିଆ ଇମାଇ ନବଜୋତ କୌରଙ୍କ ସଙ୍ଗେ ଲଢ଼ିବାବେଳେ ରକ୍ଷଣାତ୍ମକ ପ୍ରଥମ ରାଉଣ୍ଡ ଖେଳରେ ୨-୦ ରେ ଆଗେଇ ଥିଲେ। ପ୍ରଥମ ପିରିଅଡ଼ର ଶେଷ ୨୦ ମିନିଟରେ ଜାପାନ ଖେଳାଳିକୁ ପ୍ରତିହତ କରି ନଭଜୋତ୍ ଭାରତୀୟ ହିସାବ ଖାତାରେ ୨ ପଏଣ୍ଟ ଯୋଡ଼ିଥିଲେ। ଏହି ରାଉଣ୍ଡ ଶେଷ ହେଲାବେଳକୁ ଭାରତ ବ୍ରେକ ଟାଇମ ବେଳକୁ ୫-୦ରେ ଆଗେଇ ଥିଲା। ଦ୍ୱିତୀୟାର୍ଦ୍ଧରେ ଇମାଇ ୫୦ ସେକେଣ୍ଡରେ ଲଢ଼ି ଏକ ପଏଣ୍ଟ ହାତେଇ ଥିଲେ। ଏହାପରେ ସେ ନଭଜୋତଙ୍କ ଡାହାଣ ଗୋଡ଼କୁ ମାଡ଼ି ବସିଥିବବେଳେ ତାହାକୁ ଉଠାଇ ଫୋପାଡ଼ି ଦେଇଥିଲେ।