ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲରେ ପ୍ରିୟାଂଶ ଆର୍ଯ୍ୟ ଡେବ୍ୟୁ କରି ପଡ଼ିଆରେ ଯେଭଳି ଭାବେ ପ୍ରଦର୍ଶନ କରିଥିଲେ ତାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି।
ପ୍ରିୟାଂଶ ଆଇପିଏଲ ଇତିହାସରେ ପ୍ରଥମ ଅନକ୍ୟାପଡ ଖେଳାଳି ଭାବେ ଗତମଙ୍ଗଳବାର ସର୍ବଶ୍ରେଷ୍ଠ ଶତକ ହାସଲ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ ଭଳି ଆଇପିଏଲର ସବୁଠାରୁ ସଫଳ ଟିମ ବିପକ୍ଷରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ପ୍ରିୟାଂଶ ୩୯ ବଲରେ ଶତକ ହାସଲ କରିଛନ୍ତି।
ପ୍ରିୟାଂଶଙ୍କ ପ୍ରଦର୍ଶନ ଦେଖି ଅନେକ ଖେଳାଳି ଓ ପୂର୍ବତନ ଖେଳାଳି ପ୍ରଶଂସା କରି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ରିକି ପୋଣ୍ଟିଂଙ୍କ ପରେ ନବଜୋତ ସିଂହ ସିଦ୍ଧୁ ପ୍ରିୟାଂଶଙ୍କ ବ୍ୟାଟିଂ ସମ୍ପର୍କରେ ଏକ ବୟାନ ଦେଇଛନ୍ତି।