ସେମିରେ ନୟାଗଡ଼ ଓ ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସ

ବିଜୁ ପଟ୍ଟନାୟକ ଗୋଲ୍‌ଡ କପ୍‌

ଭୁବନେଶ୍ୱର: ନୟାଗଡ଼ ଓ ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସ ଦଳ ଏଠାରେ ଚାଲିଥିବା ଏକାଦଶ ବିଜୁ ପଟ୍ଟନାୟକ ଗୋଲ୍‌ଡ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ପ୍ରତିଯୋଗିତାର ରବିବାର ଦୁଇଟି କ୍ୱାର୍ଟର ଫାଇନାଲ୍‌ରେ ଯଥାକ୍ରମେ ନୟାଗଡ଼ ୩-୧ ଟାଇବ୍ରେକର୍‌ ଗୋଲ୍‌ରେ ଫୁଲବାଣୀ କ୍ରୀଡ଼ା ଛାତ୍ରାବାସକୁ ଏବଂ ବଲାଙ୍ଗୀର ୧-୦ ଗୋଲ୍‌ରେ କେନ୍ଦୁଝର କ୍ରୀଡ଼ା ଛାତ୍ରାବାସ ଦଳକୁ ପରାସ୍ତ କରିଛି। ପ୍ରଥମ କ୍ୱାର୍ଟର ଫାଇନାଲ୍‌ ନିର୍ଧାରିତ ସମୟ ଗୋଲ୍‌ଶୂନ୍ୟ ରହିବା ପରେ ଟାଇବ୍ରେକର୍‌ରେ ଫଳାଫଳ ନିର୍ଧାରଣ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ବିଜୟୀ ନୟାଗଡ଼ ଦଳର ଗୋଲ୍‌ରକ୍ଷକ ଦେବ ସାମଲ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ଦଳର କୁଶ ଦାନୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ନବରଞ୍ଜନ ପଟ୍ଟନାୟକ ଓ ଅକ୍ଷୟ କୁମାର ଦାସ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍‌ ଦୁଇଟିକୁ ଚନ୍ଦ୍ରକାନ୍ତ ବାରିକ, ପ୍ରକାଶ ଦାସ, ରାଜୁ ବାରିକ, ଶିବପ୍ରସାଦ ପଣ୍ଡା ଓ ସରୋଜ ମହାରଣା ପରିଚାଳନା କରିଥିଲେ।

ଆସନ୍ତାକାଲି (ସୋମବାର) ଅବଶିଷ୍ଟ ଦୁଇଟି କ୍ୱାର୍ଟର ଫାଇନାଲ୍‌ରେ କିସ୍‌-ବାଲେଶ୍ୱର କ୍ରୀଡ଼ା ଛାତ୍ରାବାସ ଏବଂ ବଜରଙ୍ଗବାଲୀ କନିଷ୍ଠ କ୍ଲବ୍‌-ସୁନ୍ଦରଗଡ଼ କଅୀଡ଼ା ଛାତ୍ରାବାସ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର