କଟକ: ଜୁନ୍‌ ୨୪ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମି (ଏନ୍‌ସିଏ)ରେ ୨୩ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ଶିବିର ପାଇଁ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ସୁଶ୍ରୀ ଦିବ୍ୟଦର୍ଶିନୀ ମନୋନୀତ ହୋଇଛନ୍ତି। ନିକଟରେ ସୁଶ୍ରୀ ଓଡ଼ିଶାରୁ ପ୍ରଥମ ମହିଳା ଖେଳାଳି ଭାବେ ମହିଳା ଟି-୨୦ ଚାଲେଞ୍ଜ କ୍ରିକେଟରେ ଖେଳିବାକୁ ସୁଯୋଗ ପାଇଥିଲେ। ଟ୍ରେଲ୍‌ବ୍ଲେଜର୍ସ ବିପକ୍ଷରେ ଖେଳିଥିବା ଏକମାତ୍ର ମ୍ୟାଚ୍‌ରେ ସେ ୨ ରନ୍‌ ସ˚ଗ୍ରହ କରି ଭେଲୋସିଟିକୁ ବିଜୟ ଭେଟି ଦେଇଥିଲା ବେଳେ ଗୋଟିଏ ଵିକେଟ ମଧ୍ୟ ଅକ୍ତିଆର କରିଥିଲେ। ଏହାବ୍ୟତୀତ ଗତ ମାସରେ ଶେଷ ହୋଇଥିବା ୨୩ ବର୍ଷରୁ କମ୍‌ ମହିଳା ଚାଲେଞ୍ଜର ଟ୍ରଫିରେ ସେ ଇଣ୍ତିଆ ଗ୍ରିନ୍‌ର ଅଧିନାୟିକା ମନୋନୀତ ହୋଇଥିଲେ। ଗତବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆ ‘ଏ’ ମହିଳା ଦଳ ବିପକ୍ଷରେ ହୋଇଥିବା ଦିନିଆ ଶୃଙ୍ଖଳାରେ ସୁଶ୍ରୀ ଦୁଇଟି ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ପାଇଥିଲେ।