ନୂଆଦିଲ୍ଲୀ: ଗତ ୧୪ ମାସ ଭିତରେ ଆମେ ବହୁତ ପରିଶ୍ରମ କରିଛୁ ଓ ଏହି ଫଳ ଆଜି ମିଳିଛି। ଦ୍ରାବିଡ଼ କହିଛନ୍ତି, ଟିମ୍‌କୁ ନେଇ ମୁଁ ଗର୍ବ ଅନୁଭବ କରୁଛି। ୧୯ ବର୍ଷରୁ କମ୍‌ କ୍ରିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଚମ୍ପିଅନ୍‌ ହେବା ଅବସରରେ କୋଚ୍‌ ଦ୍ରାବିଡ଼ କହିଛନ୍ତି, ଖେଳାଳି ଓ ସହଯୋଗୀ ବିଗତ ୧୪ ମାସ ହେବ ବହୁ ପରିଶ୍ରମ କରିଛନ୍ତି। ଭାରତୀୟ ଟିମ୍‌ ଏହି ବିଜୟର ଅଧିକାରୀ ଥିଲା। ଜୁନିଅର ଟିମ୍‌ର କୋଚ୍‌ ଦ୍ରାବିଡ଼ କହିଛନ୍ତି, ବିଜୟକୁ ନେଇ ମୁଁ ଖୁସି ଓ ଗର୍ବ ଅନୁଭବ କରୁଛି। ଏହି ବିଜୟ ଖେଳାଳିଙ୍କୁ ସନ୍ତୁଷ୍ଟ ଦେବ ନାହିଁ, କାରଣ ପିଲାଙ୍କୁ ଭବିଷ୍ୟତର ରାସ୍ତା ତିଆରି କରିବାକୁ ପଡ଼ିବ।

Advertisment

ଦ୍ରାବିଡ଼ ସହଯୋଗୀଙ୍କୁ ପ୍ରଶଂସା କରି କହିଛନ୍ତି, କୋଚ୍‌ ହିସାବରେ ମୁଁ ଅଧିକ ଗର୍ବ ଅନୁଭବ କରୁଛି। ସହଯୋଗୀମାନେ ବହୁ ପରିଶ୍ରମ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭/୮ଜଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

publive-image

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟରେ ଭାରତ ଶନିବାର ପୁଣି ଥରେ ଇତିହାସ ରଚିଛି। ଅଷ୍ଟ୍ରେଲିଆକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରି ଭାରତ ୪ର୍ଥ ଥର ପାଇଁ ଚମ୍ପିଅନ୍‌ ହୋଇଛି। ପୂର୍ବରୁ ଭାରତ ୨୦୦୦, ୨୦୦୮ ଓ ୨୦୧୨ରେ ଚମ୍ପିଅନ୍‌ ହୋଇଥିଲା। ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୧୬ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପୂରା ଖେଳାଳି ୪୭.୨ ଓଭରରେ ପାଭଲିଅନ୍‌ ଫେରି ଆସିଥିଲେ। ଜବାବରେ ଭାରତ ୧୧ ଓଭର ବାକି ଥାଇ ମ୍ୟାଚ୍‌ ଜିଣିଛି। ମନଜୋତ କାରଲୋ ଅପରାଜିତ ୧୦୧ ରନ୍‌ ସଂଗ୍ରହ କରିଥିଲେ। ୨୧୭ ରନ୍‌ ବିଜୟ ଲକ୍ଷ ନେଇ ଭାରତ ୨ୟ ପାଳିର ଆରମ୍ଭରୁ ଭଲ ଖେଳିଥିଲା। ଅଧିନାୟକ ପୃଥ୍ଵୀ ସ ଓ ମନଜୋତ କାଲରା ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ।

ଦ୍ରାବିଡ଼ଙ୍କ ପୂର୍ବରୁ ପୃଥ୍ଵୀ କହିଛନ୍ତି, ମୁଁ କହିପାରୁ ନାହିଁ ଏହି ସମୟରେ କ’ଣ ଅନୁଭବ କରୁଛି। ସଫଳତା ପଛରେ ସହଯୋଗୀଙ୍କର ଭୂମିକା ରହିଛି, ଯେଉଁମାନେ ୨ ବର୍ଷ ହେବ ନିୟମିତ ଭାବରେ ଲାଗିଛନ୍ତି। ଶତକବୀର ମନଜୋତ କାଲରାଙ୍କୁ ପ୍ରଶଂସା କରିବାକୁ ଯାଇ, ପୃଥ୍ଵୀ କହିଛନ୍ତି ‘ଏହି ଶତକ ଗୁରୁତ୍ୱପୂର୍ଣ୍ଣ ଥିଲା।’ଗିଲ୍‌ ଫର୍ମରେ ଥିଲେ କିନ୍ତୁ ଆଉଟ୍‌ ହୋଇ ଯାଇଥିଲେ। ଆମର ଦ୍ରୁତ ବୋଲର କମଲେଶ ନାଗରକୋଟ ଓ ଶିଭମ ମାଭି ଭଲ ପ୍ରଦର୍ଶନ କରିଛନ୍ତି।