ନୂଆଦିଲ୍ଲୀ: ବିଶ୍ବ ଦୌଡ଼କୁଦରେ ଭାଗ ନେବାକୁ ଥିବା ଭାରତୀୟ ଟ୍ରାକ୍ ଓ ଫିଲ୍ଡ ଆଥ୍ଲେଟ୍ସଙ୍କୁ ବିଦେଶରେ ପ୍ରଶିକ୍ଷଣ ନେବାକୁ ଅନୁମତି ମିଳିଛି। ଏଥିରେ ଜାଭ୍ଲିନ୍ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ମଧ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ବିଶେଷ କରି ୟୁରୋପ ଓ ଆମେରିକାରେ ତାଲିମ ନେଉଛନ୍ତି। ବିଶ୍ବ ପ୍ରତିଯୋଗିତା ସେପ୍ଟେମ୍ବରରେ ଟୋକିଓରେ ଖେଳାଯିବ। ଏହା ପୂର୍ବ ପର୍ଯ୍ୟନ୍ତ ତାଲିମ ନେବା ଲାଗି କ୍ରୀଡ଼ା ମନ୍ତ୍ରାଳୟର ମିସନ୍ ଅଲିମ୍ପିକ୍ ସେଲ୍ (ଏମ୍ଓସି) ଅନୁମୋଦନ ଦେଇଛି। ଟୋକିଓରେ ସେପ୍ଟେମ୍ବର ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିବା ଖେଳାଳିଙ୍କ ତାଲିମ ପାଇଁ ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ୧୫୭ତମ ଏମ୍ଓସି ବୈଠକରେ ନିଷ୍ପତ୍ତି ହୋଇଛି। ଭାରତ ପାଇଁ ପଦକ ଜିତିବାର ସବୁଠୁ ଦାବିଦାର ଥିବା ୨ ବିଶ୍ବ ପଦକ ବିଜେତା ନୀରଜ ଚୋପ୍ରା ୫୭ଦିନ ଚେକ୍ଗଣରାଜ୍ୟର ପ୍ରେଗ୍ ଓ ନିମ୍ବର୍କରେ ତାଲିମ ନେବେ। ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ୟୁରୋପୀୟ ଦେଶରେ ଅଭ୍ୟାସ ଲାଗି ସେ ଆଜି ତାଙ୍କ ଫିଜିଓ ଇଶାନ ମାରୱାଙ୍କ ସହ ସେଠାକୁ ଗସ୍ତ କରିଥିଲା। ଏଥିପାଇଁ ପ୍ରାୟ ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଷ୍ଟିପଲ୍ଚେଜର ଅବିନାଶ ସାବ୍ଲେ, ପାରୁଲ ଚୌଧୁରୀ, ଲମ୍ବଦୌଡ଼ ଧାବକ ଗୁଲବୀର ସିଂହ ଲସ୍ ଏଞ୍ଜେଲସ୍ରେ ଚଳିତ ମାସ ୧୫ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ତାଲିମ ନେବେ। ଏହି ୩ ଜଣଙ୍କ ପାଇଁ ୪୧.୨୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ମଧ୍ୟମଦୂରତା ଧାବକ ଅଜୟ କୁମାର ସରୋଜଙ୍କ ପାଇଁ ୧୦.୩୨ ଲକ୍ଷ, ଲମ୍ବ ଡିଆଁଳି ମୁରଲୀ ଶ୍ରୀଶଙ୍କରଙ୍କ ପାଇଁ ୫.୫୮ ଲକ୍ଷ ଏବଂ ଆନ୍ସି ସୋଜାନ ଓ ଶୈଲି ସିଂହଙ୍କ ପାଇଁ ୯.୨୧ ଖର୍ଚ୍ଚକୁ ଅନୁମୋଦନ ମିଳିଛି।
ବିଦେଶରେ ପ୍ରଶିକ୍ଷଣ ନେବାକୁ ନୀରଜଙ୍କୁ ଅନୁମତି
ବିଶ୍ବ ଦୌଡ଼କୁଦରେ ଭାଗ ନେବାକୁ ଥିବା ଭାରତୀୟ ଟ୍ରାକ୍ ଓ ଫିଲ୍ଡ ଆଥ୍ଲେଟ୍ସଙ୍କୁ ବିଦେଶରେ ପ୍ରଶିକ୍ଷଣ ନେବାକୁ ଅନୁମତି ମିଳିଛି। ଏଥିରେ ଜାଭ୍ଲିନ୍ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ମଧ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ...
/sambad/media/media_files/2025/07/12/wsxzaq-2025-07-12-06-10-14.jpg)