ନୂଆଦିଲ୍ଲୀ: ଅଲିମ୍ପିକ୍ ଅଭିମୁଖା ଭାରତୀୟ ଜାଭ୍ଲିନ୍ ତାରକା ନୀରଜ ଚୋପ୍ରା ବର୍ଷେ ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ଏଥିଲାଗି ସେ ରବିବାର ପର୍ତ୍ତୁଗାଲରେ ପହଞ୍ଚିଛନ୍ତି। ଏହି ପ୍ରତିଯୋଗିତା ଲିସ୍ବନରେ ଚଳିତ ମାସ ୧୦ ତାରିଖରେ ଖେଳାଯିବ। ନୀରଜ ଗତ ବର୍ଷ ଜାନୁଆରିରେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ। ଏହା ପରଠୁ ଆଉ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥିଲେ। ‘‘ଚୋପ୍ରା ଜୁନ୍ ୧୦ରେ ଲିସ୍ବନ୍ରେ ଭାଗନେବେ। ଏହା ପରେ ଜୁନ୍ ୨୨ରେ ହେବାକୁଥିବା କାର୍ଲଷ୍ଟାଡ ଗ୍ରାଁ ପ୍ରି ସହ ଆଉ କିଛି ପ୍ରତିଯୋଗିତାରେ ତାଙ୍କ ଅଂଶଗ୍ରହଣ ନେଇ ଚେଷ୍ଟା କରିବୁ’’ ବୋଲି ଭାରତୀୟ ଦୌଡ଼କୁଦ ସଂଘର ଜଣେ ଅଧିକାରୀ ସୋମବାର ପ୍ରକାଶ କରିଛନ୍ତି। ୨୩ ବର୍ଷୀୟ ନୀରଜ ଗତ ମାର୍ଚରେ ପାତିଆଲାରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ରେ ୮୮.୦୭ ମିଟର ଫିଙ୍ଗି ନିଜ ପୁରୁଣା କୀର୍ତ୍ତିମାନ ଭାଙ୍ଗିଥିଲ। ଅଲିମ୍ପିକ୍ସ ଯୋଗ୍ୟତା ମାନଦଣ୍ଡ ୮୫ ମିଟର ଥିଲା ବେଳେ ସେ ଗତ ବର୍ଷ ଜାନୁଆରିରେ ଦକ୍ଷିଣ ଆଫ୍ରିକାର ପଷ୍ଟ୍ରୁମରେ ଆୟୋଜିତ ପ୍ରତିଯୋଗିତାରେ ୮୭.୮୬ ମିଟର ଫିଙ୍ଗି ଅଲିମ୍ପିକ୍ସ ଟିକେଟ୍ କରାୟତ୍ତ କରିଥିଲେ।
ପର୍ତ୍ତୁଗାଲରେ ପହଞ୍ଚିଲେ ନୀରଜ; ବର୍ଷେ ପରେ ପ୍ରତିଯୋଗିତାରେ ଭାଗ ନେବେ
/sambad/media/post_attachments/wp-content/uploads/2021/06/5f4h654fs65h456sfhhhhhhhhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)