ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସୁନା ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଆଉ ଏକ ସ୍ବପ୍ନ ପୂରଣ ହୋଇଛି। ସେ ତାଙ୍କ ମା’ ବାପାଙ୍କୁ ବିମାନରେ ବସାଇ ଆକାଶରେ ଉଡ଼ିବାର ମଜା କିପରି ହୋଇଥାଏ ତାହା ଅନୁଭବ କରାଇଛନ୍ତି। ତେବେ ଏପରି ଏକ ଖୁସି ମୁହୂର୍ତ୍ତର ସୂଚନା ଟୁଇଟ କରି ନୀରଜ ଦେଇଛନ୍ତି। ଏଥିସହିତ ନୀରଜ ଏହି ମୁହୂର୍ତ୍ତର ଏକ ଫଟୋ ବି ସେୟାର କରିଛନ୍ତି।
A small dream of mine came true today as I was able to take my parents on their first flight.
आज जिंदगी का एक सपना पूरा हुआ जब अपने मां – पापा को पहली बार फ्लाइट पर बैठा पाया। सभी की दुआ और आशिर्वाद के लिए हमेशा आभारी रहूंगा 🙏🏽 pic.twitter.com/Kmn5iRhvUf
— Neeraj Chopra (@Neeraj_chopra1) September 11, 2021
ନୀରଜ ନିଜ ମା’-ବାପାଙ୍କ ସହିତ ବିମାନରେ ବସିବା ପରେ ବହୁତ ଖୁସିଥିବା ନଜର ଆସୁଛନ୍ତି। ନୀରଜ ଏହି ଖୁସି ମୁହୂର୍ତ୍ତର ଫଟୋ ସେୟାର କରି ଲେଖିଛନ୍ତି, ଆଜି ଜୀବନର ଆଉ ଏକ ସ୍ବପ୍ନ ପୂରଣ ହେଲା। ମୁଁ ମୋ ମା’ ଓ ବାପାଙ୍କୁ ବିମାନରେ ବସାଇ ପାରିଛି। ସମସ୍ତଙ୍କ କାମନା ଓ ଆର୍ଶୀବାଦ ପାଇଁ ସର୍ବଦା ଋଣୀ ରହିବି।
ନୀରଜ ଟୋକିଓ ଅଲିମ୍ପିକ୍ସରେ ଜାଭଲିନ ଥ୍ରୋରେ ସୁନା ପଦକ ହାସଲ କରିଛନ୍ତି। ସେ ୮୭.୫୮ ମିଟର ଥ୍ରୋ କରି ଭାରତକୁ ପ୍ରଥମଥର ଆଥଲେଟିକ୍ସରେ ସୁନା ପଦକ ଦେଇଛନ୍ତି। ଭାରତ ଟୋକିଓ ଅଲିମ୍ପିକ୍ସିରେ ପାଖାପାଖି ୭ଟି ମେଡାଲ ଜିତିଛି।