ନୀରଜ ଚୋପ୍ରାଙ୍କୁ ସମ୍ମାନ ଦେବାକୁ ଯାଇ ଗାଁରେ ତିଆରି ହେଲା ଗୋଲଡେନ ପୋଷ୍ଟ ବକ୍ସ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ୱର୍ଣ୍ଣ ପଦକ ଜିତି ଦେଶର ନାମ ରଖିଥିବା ନୀରଜ ଚୋପ୍ରାଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି  ଭାରତୀୟ ଡାକ ବିଭାଗ ହରିୟାଣାର ପାନିପତରେ ଥିବା ନୀରଜ ଚୋପ୍ରାଙ୍କ ଗାଁରେ ଏକ ସୁନେଲି ରଙ୍ଗର ପୋଷ୍ଟ ବକ୍ସ ଲଗାଇଛି । ଏହି ପୋଷ୍ଟବକ୍ସରେ ନୀରଜଙ୍କ ନାମ ମଧ୍ୟ ଲେଖାଯାଇଛି ।

ସୋସିଆଲ ମିଡିଆରେ ଏହି ପୋଷ୍ଟ ବକ୍ସର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଅନେକ ଅଧିକାରୀ ଏବଂ ନୀରଜଙ୍କ ଅନେକ ପ୍ରଶଂସକ ଏହି ଫଟୋକୁ ସେୟାର କରିଛନ୍ତି ।

 

ହରିୟାଣାର ଖଣ୍ଡାରା ଗ୍ରାମରେ ଥିବା ଏହି ସୁବର୍ଣ୍ଣ ରଙ୍ଗର ପୋଷ୍ଟ ବକ୍ସରେ ଲେଖାଯାଇଛି ଶ୍ରୀ ନୀରଜ ଚୋପ୍ରା, ଜାଭେଲିନ ସ୍ୱର୍ଣ୍ଣ ପଦକ ବିଜେତା ଟୋକିଓ ଅଲିମ୍ପିକ୍ସ ୨୦୨୦ ସମ୍ମାନରେ। ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ନୀରଜ ଚୋପ୍ରା ଆମେରିକାରେ ଥାଇ ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର