ପୁଣିଥରେ ଆକ୍ସନ୍ ମୋଡରେ ନୀରଜ ଚୋପ୍ରା

ନୂଆଦିଲ୍ଲୀ:  ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତି ଦେଶର ଟେକ ରଖିଥିବା ସୁନା ପୁଅ ନୀରଜ ଚୋପ୍ରା ଏବେ ପୁଣିଥରେ ଆକ୍ସନ୍ ମୋଡରେ । ରବିବାର ନୀରଜ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ସେ ଜିମରେ ଜୋରଦାର ଏକ୍ସସରସାଇଜ୍ କରି ଝାଳ ବୁହାଉଥିବା ଦେଖିବାକୁ ମିଳୁଛି ।

ତେବେ ନୀରଜ ଚୋପ୍ରା ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, ଚେଷ୍ଟା ଓ ପରିଶ୍ରମର କୌଣସି ବିକଳ୍ପ ନାହିଁ । ତେବେ ଜିମରେ ପରିଶ୍ରମ କରୁଥିବା ବେଳେ ନୀରଜ ଚୋପ୍ରା ସେୟାର କରିଥିବା ଭିଡିଓକୁ ଅନେକ ଲୋକ ପସନ୍ଦ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓରେ ନୀରଜ ଚୋପ୍ରା ଅନେକ ପ୍ରକାର ୱାର୍କ ଆଉଟ୍ କରୁଛନ୍ତି । ତା ସହିତ ଏକ୍ସସରସାଇଜ୍ କରି ନିଜ ବଡିକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । ତେବେ ତାଙ୍କର ଏହି ଭିଡିଓକୁ ଅନେକ ଲୋକ ସେୟାର ମଧ୍ୟ କରିଛନ୍ତି ।

 

 

View this post on Instagram

 

A post shared by Neeraj Chopra (@neeraj____chopra)

ସୂଚନାଯୋଗ୍ୟ ଯେ, ନୀରଜ ଚୋପ୍ରା ଏବେ ଆମେରିକାରେ ଅଛନ୍ତି, ସେଠାରେ ଏବେ ତାଙ୍କର ଟ୍ରେନିଂ ଆରମ୍ଭ ହୋଇଯାଇଛି । ତେବେ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ସେ ଏବେଠୁ ଏହି ଟ୍ରେନିଂ ଆରମ୍ଭ କରିଥିବା କୁହାଯାଉଛି । କିଛି ଦିନ ତଳେ ସେ ନିଜର କୋଚଙ୍କ ସହିତ ମଧ୍ୟ ଭିଡିଓ ସେୟାର କରିଥିଲେ ।

ନୀରଜ ଚୋପ୍ରା କିଛି ଦିନ ତଳେ କହିଥିଲେ ଯେ, ଟୋକିଓ ଅଲିମ୍ପିକ୍ସରେ ଫେରିବା ପରେ ସେ ନିଜକୁ କିଛି ସମୟ ଦେଇଥିଲେ । ଏହି ସମୟରେ ସେ ସମ୍ପୂର୍ଣ୍ଣ ଭାବେ ଫ୍ରି ହୋଇ ସବୁକିଛି ଖାଇଥିଲେ । ଯାହା ଫଳରେ ତାଙ୍କ ଶରୀରର ଓଜନ ୧୨ କେଜି ବଢିଯାଇଥିଲା । ହେଲେ ଏବେ କିନ୍ତୁ ସେ ପୁଣି ଆକ୍ସନ୍ ମୋଡକୁ ଫେରିବା ସହିତ ନିଜର ଅଭ୍ୟାସ ଆରମ୍ଭ କରିଛନ୍ତି ।

 

ସମ୍ବନ୍ଧିତ ଖବର