ନୂଆଦିଲ୍ଲୀ: ଗତଗୁରୁବାର ଗୁରୁଗ୍ରାମର ସେକ୍ଟର-୫୭ରେ ପରିବାରଲୋକଙ୍କ ସହିତ ବସବାସ କରୁଥିବା ଜଣେ ପୂର୍ବତନ ରାଜ୍ୟସ୍ତରୀୟ ମହିଳା ଟେନିସ୍ ଖେଳାଳିଙ୍କୁ ତାଙ୍କ ବାପା ଗୁଳି କରି ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଅଛି।
ଟେନିସ୍ ଖେଳାଳିଙ୍କ ହତ୍ୟା ଘଟଣା ସମଗ୍ର ଖେଳ ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାକୁ ନେଇ ଭାରତର ଷ୍ଟାର ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା ନିଜର ବୟାନ ଦେଇଛନ୍ତି।
ନୀରଜ କହିଛନ୍ତି- 'ମୁଁ ପୂର୍ବରୁ କିଛି ଲୋକଙ୍କ ସହିତ ଏ ବିଷୟରେ କଥା ହୋଇସାରିଛି। ଆମ ପାଖରେ ହରିୟାଣାର ମହିଳା ଖେଳାଳିଙ୍କ କିଛି ମହାନ ଉଦାହରଣ ଅଛି। ଯିଏକି ଦେଶ ପାଇଁ ଗୌରବ ଆଣିଛନ୍ତି। ପରିବାରରେ, ଆପଣମାନଙ୍କୁ ପରସ୍ପରକୁ ସମର୍ଥନ କରିବା ଉଚିତ ଏବଂ ଯେଉଁମାନେ (ମହିଳା ଖେଳାଳି) ଭଲ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ଆଦର୍ଶ ଭାବରେ ବିବେଚନା କରି ଅନୁସରଣ କରିବା ଉଚିତ।'
ମହିଳା ଟେନିସ୍ ଖେଳାଳି ରାଧିକାଙ୍କ ହତ୍ୟା ମାମଲାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ରାଧିକାଙ୍କ ବାପା ଝିଅ ଏକାଡେମି ଖୋଲିବା ଘଟଣାକୁ ନେଇ ଅସନ୍ତୋଷ ଥିଲେ। ସେ ବାରମ୍ବାର ଏକାଡେମି ବନ୍ଦ କରିବାକୁ ଝିଅକୁ କହୁଥିଲେ। ଗତ ୧୫ ଦିନ ଧରି ଟେନିସ୍ ଏକାଡେମିକୁ ନେଇ ବାପା ଏବଂ ଝିଅଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା।। ଗୁରୁବାର ସକାଳେ ବାପା ଦୀପକ ଝିଅ ରାଧିକା ରୋଷେଇ ଘରେ ଥିବା ବେଳେ ତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭରରୁ ତିନୋଟି ଗୁଳି କରି ହତ୍ୟାର କରିଥିଲେ।
ରାଧିକାଙ୍କୁ ହତ୍ୟା କରିବାର କିଛି ଘଣ୍ଟା ମଧ୍ୟରେ ପୁଲିସ ଝିଅ ହତ୍ୟାକାରୀ ବାପାଙ୍କୁ ଗିରଫ କରିଛି ଏବଂ ପଚରାଉଚରା ସମରେ ଦୀପକ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/12/new-project-4-2025-07-12-15-22-18.jpg)