ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରୁ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭଲିନ୍ ତାରକା ନୀରଜ ଚୋପ୍ରା ଏବେ ମାଳଦୀପ ଓ ଦୁବାଇରେ ଛୁଟି କଟାଉଛନ୍ତି। ମାଳଦୀପରେ କିଛି ଦିନ ରହିବା ପରେ ଦୁବାଇ ଯାଇ କିଛି ଦୁଃସାହସିକ କ୍ରୀଡ଼ାରେ ସାମିଲ ହେବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ନୀରଜ ସେଠାରେ ସ୍କାଏ ଡାଇଭିଂ କରୁଥିବା ଦେଖିବାକୁ ମିଳୁଛି। ଏହାର ଭିଡିଓ ମଧ୍ୟ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି ସେ। ଭିଡିଓଟିକୁ ପ୍ରକାଶ କରି ନୀରଜ ଲେଖିଛନ୍ତି ଯେ ଉଡ଼ାଜାହଜରୁ ଲମ୍ଫ ମାରିବା ପୂର୍ବରୁ ଡର ତ ଲାଗିଥିଲା, ହେଲେ ଏହା ପରେ ବହୁତ ମଜା ଆସିଥିଲା। ୨୩ ବର୍ଷୀୟ ନୀରଜ ଭିଡିଓ ମାଧ୍ୟମରେ ଦୁଃସାହସିକ କ୍ରୀଡ଼ା ଓ କାର୍ଯ୍ୟରେ ସାମିଲ ହେବାକୁ ଯୁବପିଢ଼ିକୁ ଆହ୍ବାନ କରିଛନ୍ତି।
ସ୍କାଏ ଡାଇଭିଂର ମଜା ନେଲେ ନୀରଜ
/sambad/media/post_attachments/wp-content/uploads/2021/10/65d4g65da4g65da4g56gdagdagdagdaagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)