ଟୋକିଓ : ଟୋକିଓଠାରେ ଚାଲିଥିବା ବିଶ୍ବ ଆଥଲେଟିକ୍ ଚାମ୍ପୟନସିପରେ ଭାରତକୁ ନୈରାଶ୍ୟ ମିଳିଛି । ପଦକ ପାଇଁ ପ୍ରବଳ ଦାବିଦାର ଓ ଗତ ଥରର ବିଶ୍ବ ଆଥଲେଟିକ୍ ଚାମ୍ପୟନସିପ ଚାମ୍ପିୟନ ନୀରଜ ଚୋପ୍ରା ଫାଇନାଲ ରାଉଣ୍ଡରେ ବିଫଳ ହୋଇଛନ୍ତି । ସେହିପରି ଆଉ ଜଣେ ଭାରତୀୟ ପ୍ରତିଯୋଗୀ ସଚିନ ଯାଦବ ମଧ୍ୟ ବିଫଳ ହୋଇଯାଇଛନ୍ତି । ଏହାଫଳରେ ଭାରତ ଜାଭଲିନ ପ୍ରତିଯୋଗିତାରୁ ଖାଲି ହାତରେ ଫେରିବା ନିଶ୍ଚିତ ହୋଇଯାଇଛି ।
ନୀରଜ ୮ମ ସ୍ଥାନରେ ରହିଥିବାବେଳେ ସଚିନ ୪ର୍ଥ ସ୍ଥାନରେ ରହିଥିଲେ । ତ୍ରିନିଦାଦ ଓ ଟୋବାଗୋର କେସର୍ନ ଓ୍ବାଲକର୍ଟ ୮୮.୧୬ ମିଟର ଫିଙ୍ଗି ସ୍ବର୍ଣ୍ଣପଦକ ଜିତିଛନ୍ତି। ଗ୍ରେନେଡାର ଆଣ୍ଡରସନ ପିଟର୍ସ ୮୭.୩୮ ମିଟର ଫିଙ୍ଗି ୨ୟ ସ୍ଥାନରେ ରହି ରୌପ୍ୟ ଜିତିଛନ୍ତି ।
ନୀରଜ ୮ମ ସ୍ଥାନରେ ରହିଥିବାବେଳେ ସଚିନ ୪ର୍ଥ ସ୍ଥାନରେ ରହିଥିଲେ । ତ୍ରିନିଦାଦ ଓ ଟୋବାଗୋର କେସର୍ନ ଓ୍ବାଲକର୍ଟ ୮୮.୧୬ ମିଟର ଫିଙ୍ଗି ସ୍ବର୍ଣ୍ଣପଦକ ଜିତିଛନ୍ତି। ଗ୍ରେନେଡାର ଆଣ୍ଡରସନ ପିଟର୍ସ ୮୭.୩୮ ମିଟର ଫିଙ୍ଗି ୨ୟ ସ୍ଥାନରେ ରହି ରୌପ୍ୟ ଜିତିଛନ୍ତି । ୩ୟ ସ୍ଥାନରେ ଆମେରିକାର କର୍ଟିସ ଥମ୍ପସନ ରହି ବ୍ରୋଞ୍ଜ ଜିତିଛନ୍ତି । ସେ ୮୬.୬୭ ମିଟର ଫିଙ୍ଗିଥିଲେ ।
ନୀରଜ ୮୫ ମିଟର ମଧ୍ୟ ଟପିପାରିନଥିଲେ ଓ ୮୪.୦୩ ମିରଟରେ ସନ୍ତୁଷ୍ଟ ରହିଥିଲେ । ସେହିପରି ସଚିନ ୮୬.୨୭ ମିଟର ଫିଙ୍ଗିଥିଲେ । ଅନ୍ୟପକ୍ଷରେ ପାକିସ୍ତାନୀ ପ୍ରତିଯୋଗୀ ତଥା ଅଲିମ୍ପିକ୍ସ ଚାମ୍ପିୟନ ଅର୍ସଦ ନଦିମ ମଧ୍ୟ ପ୍ରତିଯୋଗିତାରୁ ବାହାରି ଯାଇଛନ୍ତି। ସେ ୧୦ମ ସ୍ଥାନରେ ରହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/18/g1ilz2jwiaaliii-2025-09-18-17-45-59.jpg)