ନୂଆଦିଲ୍ଲୀ: କ୍ରୀଡ଼ାର ଦୁଇ ପ୍ରମୁଖ ବ୍ୟକ୍ତିତ୍ବ ଟେନିସ କିଂବଦନ୍ତି ରୋଜର ଫେଡେରର୍ ଏବଂ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ଭାରତୀୟ ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଜୁରିକ୍ରେ ଭେଟଘାଟ ହୋଇଛନ୍ତି। ଜୁରିକ୍ସ୍ଥିତ ଲା ରିଜର୍ଭ ଇଡେନ୍ଠାରେ ସ୍ବିଜରଲାଣ୍ଡ ପର୍ଯ୍ୟଟନ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଭୟଙ୍କ ମିଳନ ଅନୌପଚାରିକ ଥିଲେ ମଧ୍ୟ ପ୍ରଭାବଶାଳୀ ରହିଥିଲା। ଉଭୟ ଉଭୟଙ୍କୁ ସମ୍ମାନ ଦେବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସ୍ବିଜରଲାଣ୍ଡ ପର୍ଯ୍ୟଟନର ଦୂତ ଫେଡେରର୍ ନିଜ ଦେଶରେ ନୀରଜଙ୍କୁ ସ୍ବାଗତ କରିଥିଲେ। ଫେଡେରର୍ଙ୍କୁ ଭେଟିବା ପରେ ନୀରଜ କହିଛନ୍ତି, ‘‘ଜୁରିକ୍ରେ ରୋଜର ଫେଡେରରଙ୍କୁ ଭେଟି ମୋ ସ୍ୱପ୍ନ ସାକାର କରିଛି। ତାଙ୍କ ଦକ୍ଷତା ଓ କ୍ରୀଡ଼ା ବ୍ୟକ୍ତିତ୍ବ ବିଶ୍ବର ଅନେକ ଲୋକଙ୍କୁ ପ୍ରଭାବିତ କରିଛି। ତାଙ୍କର ପ୍ରେରଣା ମୋତେ ଆଗକୁ ବଢ଼ିବାର ସ୍ବପ୍ନ ଦେଖାଇଛି। ପଡ଼ିଆ ଭିତର ଓ ବାହାରର ଅନୁଭୁତି ବାଣ୍ଟିବା ମୁହୂର୍ତ୍ତ ଆନନ୍ଦଦାୟକ ଥିଲା’’। ଫେଡେରର୍ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘‘ନୀରଜ ବ୍ୟକ୍ତିଗତ ତଥା ଦେଶ ପାଇଁ ଏତେ ସଫଳତା ପାଇଛନ୍ତି ଜାଣି ଆଶ୍ଚର୍ଯ୍ୟ ହୋଇଯାଉଛି, ଜୁରିକ୍ରେ ତାଙ୍କୁ ଭେଟି ବହୁତ ଖୁସି’’।
ଫେଡେରର୍ଙ୍କୁ ଭେଟିଲେ ନୀରଜ
/sambad/media/post_attachments/wp-content/uploads/2024/01/fhsffhsfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)