ବିଶ୍ବ ମାନ୍ୟତାର ଦ୍ବିତୀୟକୁ ଉଠିଲେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପରେ ଭାରତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ୧୪ଟି ସ୍ଥାନ ଲମ୍ଫ ଦେଇ ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଅଗଷ୍ଟ ମାସରେ ନୀରଜ ଭାରତ ପାଇଁ ଅଲମ୍ପିକ୍‌ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚି‌ଥିଲେ। ‌‌ସେ ଟୋକିଓରେ ୫୭.୫୮ ମିଟର ଜାଭ୍‌ଲିନ୍‌ ଫିଙ୍ଗି ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ। ଏହି ସଫଳତା ପରେ ବିଶ୍ବ ‌ଦୌଡ଼କୁଦ ଦ୍ବାରା ଘୋଷିତ ପୁରୁଷ ଜାଭ୍‌ଲିନ୍‌ ମାନ୍ୟତାରେ ନୀରଜ (୧୩୧୫ ପଏଣ୍ଟ୍‌) କେବଳ ଜର୍ମାନିର ଜୋହାନେସ ଭେଟର (୧୩୯୬)ଙ୍କ ପଛରେ ରହିଛନ୍ତି। ଭେଟର ଟୋକିଓ ଅଲିମ୍ପିକ୍ସରେ ପଦକରୁ ବଞ୍ଚିତ ରହିଥିଲେ ମଧ୍ୟ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅଲିମ୍ପିକ୍ସ ପୂର୍ବରୁ ନୀରଜଙ୍କ ୧୨୩,୦୦୦ ଇନ୍‌ଷ୍ଟାଗ୍ରାମ୍‌ ଅନୁଗାମୀ ଥିଲେ। ଏବେ ସ୍ବର୍ଣ୍ଣ ପଦକ ଜିତିବା ପରେ ଏହି ସଂଖ୍ୟା ଏବେ ୩୨ ଲକ୍ଷରେ ପହଞ୍ଚିଛି।

ସମ୍ବନ୍ଧିତ ଖବର