ନୀରଜଙ୍କୁ ବାଇଜୁସ୍ ଦେବ ୨ କୋଟି

ଭୁବନେଶ୍ବର: ୧୨୫ ବର୍ଷର ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭଲିନ୍ ତାରକା ନୀରଜ ଚୋପ୍ରାଙ୍କୁ ଦେଶର ଅନ୍ୟତମ ପ୍ରମୁଖ ମଲ୍ଟିନ୍ୟାସନାଲ୍ ଏଜୁକେସନାଲ୍‌ ଟେକନୋଲୋଜି କମ୍ପାନି ‘ବାଇଜୁସ୍‌’ ୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିବ। ଅନ୍ୟ ସମସ୍ତ ବ୍ୟକ୍ତିଗତ ପଦକ ବିଜେତାଙ୍କୁ କମ୍ପାନି ପକ୍ଷରୁ ୧ କୋଟି ଲେଖାଏଁ ପ୍ରଦାନ କରାଯିବ। ଭାରୋତ୍ତୋଳିକା ମୀରାବାଈ ଚାନୁ, କୁସ୍ତିଯୋଦ୍ଧା ରବି କୁମାର ଦାହିୟା ରୌପ୍ୟ ପଦକ ଜିତିଥିବାବେଳେ ମୁଷ୍ଟିାଯୋଦ୍ଧା ଲଭଲିନା ବୋର୍ଗୋହେଁ, ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ, କୁସ୍ତି‌ବିତ୍‌ ବଜରଙ୍ଗ ପୁନିଆ କାଂସ୍ୟ ପଦକ ଜିତିଥିଲେ। ଭାରତ ସର୍ବାଧିକ ୭ ପଦକ ଜିତି ସର୍ବକାଳୀନ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲା। ବାଇଜୁସ୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ସିଇଓ ବାଇଜୁ ରବୀନ୍ଦ୍ରନ କହିଥିଲେ ‘ଦେଶ ନିର୍ମାଣରେ କ୍ରୀଡ଼ା ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛି, ଏବେ ଆମ ଅଲିମ୍ପିକ୍ ନାୟକମାନଙ୍କୁ ନେଇ ଉତ୍ସବ ପାଳିବାର ବେଳ। ଟୋକିଓ ‌ଅଲିମ୍ପିକ୍ସର ଐତିହାସିକ ସଫଳତା ପାଇଁ କେବଳ ପ୍ରତି ୪ ବର୍ଷରେ ଥରେ ନୁହେଁ, ପ୍ରତି ଦିନ ସେମାନେ ସମର୍ଥନର ହକ୍‌ଦାର। ଖେଳାଳିଙ୍କ ପ୍ରୟାସ, ତ୍ୟାଗ ଓ କୃତିତ୍ବ ପାଇଁ ଆମେ ସେମାନଙ୍କୁ ପୁରସ୍କୃତ କରୁଛୁ।’’

ସମ୍ବନ୍ଧିତ ଖବର