ନୀରଜଙ୍କ ସ୍ବତନ୍ତ୍ର ସ୍ବପ୍ନ ସାକାର: ପିତାମାତାଙ୍କୁ ପ୍ରଥମ ଥର ବିମାନରେ ଉଡ଼ାଇଲେ

ନୂଆଦିଲ୍ଲୀ: ଅଗଷ୍ଟ ୭ ତାରିଖ ଦିନ ଟୋକିଓ ଅଲିମ୍ପିକ୍ସରେ ଜାଭ୍‌ଲିନ୍‌ରେ ସ୍ବର୍ଣ୍ଣ ପଦକ ଜିତି ଟ୍ରାକ୍‌ ଓ ଫିଲ୍‌ଡ ଇଭେଣ୍ଟରେ ଏହି ସଫଳତା ହାସଲ କରିବାରେ ଭାରତର ୧୨୫ ବର୍ଷର ସ୍ବପ୍ନକୁ ସାକାର କରିଥିବା ନୀରଜ ଚୋପ୍ରା ଶନିବାର ତାଙ୍କର ଏକ ସ୍ବତନ୍ତ୍ର ସ୍ବପ୍ନକୁ ମଧ୍ୟ ସାକାର କରିଛନ୍ତି। ଟୋକିଓରେ ୮୭.୫୮ ମିଟର ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ଇତିହାସ ରଚିଥିବା ନୀରଜ ତାଙ୍କ ପିତାମାତାଙ୍କୁ ପ୍ରଥମଥର ପାଇଁ ବିମାନରେ ଉଡ଼ାଇବେ ବୋଲି ସ୍ବପ୍ନ ଦେଖିଥିଲେ। ଯାହାକୁ କି ଶନିବାର ପୂରଣ କରିଛନ୍ତି। ‘‘ଆଜି ମୋ ଜୀବନର ଏକ ସ୍ବପ୍ନ ପୂରା ହୋଇଛି। ପିତାମାତାଙ୍କୁ ପ୍ରଥମ ଥର ପାଇଁ ବିମାନରେ ବୁଲାଇବାରେ ସମର୍ଥ ହୋଇଛି’’ ବୋଲି ଏକ ବିମାନ ଭିତରେ ପିତାମାତାଙ୍କ ସହ ଫଟୋକୁ ନୀରଜ ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର