ଟି୨୦ ବିଶ୍ବକପ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ନାମିବ୍ୟା, ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ସାରଜା : ସାରଜାଠାରେ ଆଜି ଟି୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚ ନ୍ୟୁଜିଲାଣ୍ଡ ଓ ନାମିବ୍ୟା ମଧ୍ୟରେ ଖେଳାଯ଼ାଉଛି । ଏହି ମ୍ୟାଚରେ  ନାମିବ୍ୟା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ଆଜିର ମ୍ୟାଚ ଉପରେ ଏହି ଦୁଇ ଦେଶ ସମେତ ଭାରତର ବି ନଜର ରହିବ । କାରଣ ଆଜି ଜିତିଲେ ନ୍ୟୁଜିଲାଣ୍ଡର ସେମିଫାଇନାଲ ରାସ୍ତା ସୁଗମ ହେବ । କିନ୍ତୁ ଯ଼ଦି ନାମିବ୍ୟା ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ତେବେ ଭାରତ ପାଇଁ ସେମିକୁ ଯିବା ପାଇଁ ସୁଯୋଗ ରହିବ ।

ଏକ ଅନଭିଜ୍ଞ ଦଳ ହେଲେ ବି ନାମିବ୍ୟା ନିଜର ଲଢୁଆ ଖେଳକୁ ନେଇ ସମସ୍ତଙ୍କୁ ପ୍ରଭାବିତ କରିଛି । ଶକ୍ତିଶାଳୀ ପାକିସ୍ତାନ ବୋଲିଂ ଆକ୍ରମଣ ବିରୁଦ୍ଧରେ ମଧ୍ୟ ଏହି ଦଳ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରିଥିଲା । ବିଶେଷକରି କ୍ରେଗ୍ ଓ୍ବିଲିୟମ୍ସ, ଡେଭିଡ ଓ୍ବାଇଜ ଓ ଷ୍ଟିଫେନ କ୍ରେଗ ପାକିସ୍ତାନ ବିରୋଧରେ ଭଲ ବ୍ୟାଟିଂ କରିଥିଲେ । ଏଣୁ ଏହି ଦଳ ଓଲଟପାଲଟ କରିବାକୁ ସକ୍ଷମ ଓ ଏପରି ହେଲେ ଭାରତ ପାଇଁ ତାହା ଶୁଭଙ୍କର ହେବ ।

ଆଜିର ୨ୟ ମ୍ୟାଚରେ ଭାରତ ସ୍କଟଲାଣ୍ଡକୁ ଭେଟିବ ।

 

ସମ୍ବନ୍ଧିତ ଖବର