ଭୁବନେଶ୍ବର: ଉଜ୍‌ବେକିସ୍ତାନର ସମରକନ୍ଦରେ ଆରମ୍ଭ ହୋଇଥିବା ଏସୀୟ କାନୋସ୍ପ୍ରିଣ୍ଟ୍‌ରେ ଭାରତରୁ ପ୍ରତିନିଧିିତ୍ବ କରୁଥିବା ଓଡ଼ିଶାର ଏଲ୍‌. ନେହା‌ ଦେବୀ ରୌପ୍ୟ ପଦକ ପାଇଛନ୍ତି। ୫୦୦ ମିଟର ସି-୪ରେ ଘରୋଇ ଉଜ୍‌ବେକିସ୍ତାନ ପ୍ରଥମ (୨:୦୧.୫୭୪ ମିନିଟ୍‌), ଭାରତ ଦ୍ବିତୀୟ (୨:୦୧.୯୬୭ ମିନିଟ୍‌) ଓ କାଜାଖସ୍ତାନ ତୃତୀୟ (୨:୦୨.୦୫୪ ମିନିଟ୍‌) ହୋଇଥିଲା।

Advertisment

ଭାରତ ପାଇଁ ନେହା ଦେବୀଙ୍କ ସହ ମେଘା ପ୍ରଦୀପ, ଅକ୍ଷୟ ସୁନୀଲ ଓ ଶିବାନୀ ବର୍ମା ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ୨୩ ବର୍ଷରୁ କମ୍‌ ୫୦୦ ମିଟର କେ-୪ରେ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହିଲା। ଏହି ଭାରତୀୟ ଦଳରେ ଓଡ଼ିଶାର ପି. ରୋଜି ଦେବୀଙ୍କ ସହ ପୂଜା, ବିନିତା ଚାନୁ, ଗୀତା ପାର୍ବତୀ ସାମିଲ ଥିଲେ। ଇରାନ, କାଜାଖସ୍ତାନ ଓ ଉଜ୍‌ବେକିସ୍ତାନ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ପାଇଥିଲେ। ପଦକ ବିଜେତା ନେହା ଦେବୀଙ୍କୁ ଓଡ଼ିଶା କାୟା‌କିଂ ଓ କାନୋଇଂ ସଂଘର ସଂପାଦକ ବିପିନ ଦାଶ ଶୁଭେଚ୍ଛା ଜଣାଇଛନ୍ତି।