ଆର୍‌ସିବି ପ୍ରଶିକ୍ଷକ ହେଲେ ନେହେରା

ବେଙ୍ଗାଲୁରୁ: ଭାରତର ପୂର୍ବତନ ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରାଙ୍କୁ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳରେ ନୂଆ ଦାୟିତ୍ୱ ମିଳିଛି। ସଂପ୍ରତି ଆର୍‌ସିବିର ବୋଲିଂ ପ୍ରଶିକ୍ଷକ ଥିବା ନେହେରା ଏବେ ଗ୍ୟାରି କର୍ଷ୍ଟେନ୍‌ଙ୍କ ସହ ପ୍ରଶିକ୍ଷକ ନେତୃତ୍ୱ ମଣ୍ଡଳିରେ ସ୍ଥାନ ମିଳିଛି। ଗତ ଆଇପିଏଲ୍‌ ସଂସ୍କରଣଠୁ ନେହେରା ଆର୍‌ସିବିରେ ଯୋଗଦେଇଥିଲେ। ନେହେରା ଦୁଇଟି ଲେଖାଏଁ ବିଶ୍ୱକପ୍‌ ଓ ଏସୀୟ କପ୍‌ ସହ ୩ ଚାମ୍ପିଅନ୍‌ସ ଟ୍ରଫିରେ ଭାରତ ପକ୍ଷରୁ ଖେଳିବାର ଗୌରବ ପାଇଥିଲେ। ଏଥିସହ ଆଇପିଏଲ୍‌ରେ ସେ ଦିଲ୍ଲୀ ଡେୟାର ଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ପୁନେ ଓ୍ଵାରିୟର୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ନେହେରା ଆର୍‌ସିବି ପ୍ରଶିକ୍ଷକ ନେତୃତ୍ୱ ମଣ୍ଡଳିରେ ଯୋଗ ଦେଇଥିବାରୁ ଆମେ ବହୁତ ଖୁସି। ନେହେରା ଓ କର୍ଷ୍ଟେନ୍‌ଙ୍କ ଯୋଡ଼ି ବିରାଟ କୋହଲିଙ୍କୁ ନେତୃତ୍ୱାଧୀନ ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସାହାର୍ଯ୍ୟ କରିବ ବୋଲି ଆର୍‌ସିବି ଅଧ୍ୟକ୍ଷ ସଂଜୀବ ଚୁରିଓ୍ଵାଲା କହିଛନ୍ତି। ମୁଁ ଗତ ସଂସ୍କରଣରେ ଆର୍‌ସିବି ସହ ଯୋଗ ଦେଇଥିଲି। ହେଲେ ଏବେ ବିଶେଷ ଦାୟିତ୍ୱ ମିଳିଥିବାରୁ ଦଳ ପରିଚାଳନା ସମିତିକୁ ଧନ୍ୟବାଦ ଦେଉଛି ବୋଲି ନେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର