ମହିଳା ବ୍ୟାଡମିଣ୍ଟନ୍‌ : ସାଇନା ନେହେଓ୍ଵାଲ୍‌ଙ୍କୁ ମିଳିଲା ବ୍ରୋଞ୍ଜ, ପ୍ରଥମ ଥର ଲାଗି ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲେ ପି.ଭି.ସିନ୍ଧୁ

ଜାକର୍ତ୍ତା: ଏସୀୟ କ୍ରୀଡ଼ାରେ ଭାରତୀୟ  ମହିଳା ବ୍ୟାଡମିଣ୍ଟନ୍‌  ତାରକାମାନେ ଆଜି ଦେଶ ଲାଗି ଗୌରବ ଆଣିଛନ୍ତି। ସାଇନା ନେହେଓ୍ଵାଲ ମହିଳା ବ୍ୟଡମିଣ୍ଟନ ସେମିଫାଇନାଲ୍‌ରେ ତାଇ ସ୍ୟୁ ୟିଙ୍ଗଙ୍କ ଠାରୁ ପରାଜିତ ହୋଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପି.ଭି.ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ୍‌ ମହିଳା ସିଙ୍ଗଲସ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଦୀର୍ଘ ୩୬ ବର୍ଷ ପରେ ବ୍ୟାଡମିଣ୍ଟନରେ ଭାରତକୁ ବ୍ରୋଞ୍ଜ ମେଡାଲ୍‌ ମିଳିଥିବା ବେଳେ ରେକର୍ଡ ସୃଷ୍ଟି କରିଛନ୍ତି ପି.ଭି.ସିନ୍ଧୁ। ଏହି ସଫଳତା ଲାଗି ନେହେଓ୍ଵାଲ୍‌ ଓ ସିନ୍ଧୁଙ୍କୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର