ଆ‌ସାମରେ ଟ୍ରଫି ଜିତିଲେ ନେମା

ଭୁବନେଶ୍ବର : ଓଡ଼ିଆ ଝିଅ ନେମା ସାରା କିସ୍‌ପୋଟ୍ଟା ଆସାମର ଜୋରହାଟରେ ଆୟୋଜିତ ଏଆଇଟିଏ ସୁପର ସିରିଜ୍‌ ଟେନିସ ପ୍ରତିଯୋଗିତାରେ ଟ୍ରଫି ଜିତିଛନ୍ତି। ଗୁରୁବାର ୧୬ ବର୍ଷରୁ କମ୍‌ ବାଳିକା ଫାଇନାଲ୍‌ରେ ସେ ୬-୧, ୬-୨ ସେଟ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆସାମର ତାନିଆ କୁମାରୀଙ୍କୁ ହରାଇଥିଲେ। ଏହା ପୂର୍ବରୁ ସେମିଫାଇନାଲ୍‌ରେ ସେ ୬-୦, ୬-୩ ସେଟ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ପଶ୍ଚିମବଙ୍ଗର ଋତୁଜା ସାହାଙ୍କୁ ମାତ୍‌ ଦେଇ ଟ୍ରଫି ମୁକାବିଲାରେ ପହଞ୍ଚିଥିଲେ। ଏହି ବିଜୟ ସହ ସେ ବିଜେତା ଟ୍ରଫି ଏବଂ ୫୦ ଏଆଇଟିଏ ରୢାଙ୍କିଂ ପଏଣ୍ଟ କରାୟତ୍ତ କରିଛନ୍ତି।

ସମ୍ବନ୍ଧିତ ଖବର