ବେଲୋ ହରିଜୋଣ୍ଟେ (ବ୍ରାଜିଲ୍): ଶନିବାର ପାଦରେ ସଫଳତାର ସହ ଅସ୍ତ୍ରୋପଚାର ପରେ ରବିବାର ବ୍ରାଜିଲ୍ ଫୁଟ୍ବଲ୍ ତାରକା ନେମାର ହେଲିକପ୍ଟରରେ ଘରକୁ ଫେରିଛନ୍ତି। ଏତେ ଶୀଘ୍ର ଘରକୁ ଫେରି ନେମାର ବିଶ୍ୱକପ୍କୁ ଫେରିବାର ସଙ୍କେତ ଦେଇଛନ୍ତି। ୨୬ ବର୍ଷୀୟ ଏହି ତାରକା ରବିବାର ଟିକେ ସୁସ୍ଥ ହେଉ ହେଉ ସିଧା ବେଲୋ ହରିଜୋଣ୍ଟେ ବିମାନବନ୍ଦରକୁ ଯାଇଥିଲେ। ସେଠାରୁ ଏକ ବେସରକାରୀ ଜେଟ୍ରେ ରିଓ ଡି’ଜେନିରୋଠୁ ୧୦୦ କିଲୋମିଟର ଦୂରରେ ଥିବା ନିଜ ବିଳାସ ପୂର୍ଣ୍ଣ ଘରକୁ ଆସିଥିଲେ। ଜଣେ ଆଧୁନିକ ଫୁଟ୍ବଲର୍ ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା (ବ୍ୟାୟାମଶାଳ ଏବଂ ୩୦୦ କିଲୋଗ୍ରାମ୍ ବରଫ ଉପ୍ତାଦନ କରିପାରୁଥିବା ଏକ ମେସିନ୍) ତାଙ୍କ ପରିବାର ଲୋକ ପୂର୍ବରୁ ପ୍ରସ୍ତୁତ କରି ରଖିଥିଲେ। ଏହିଠାରେ ନେମାର ବିଶ୍ୱକପ୍ ଲାଗି ନିଜକୁ ପ୍ରସ୍ତୁତ କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଜଣା ପଡ଼ିଛି। ନେମାର ଖେଳ ଜୀବନ ଆରମ୍ଭରୁ ତାଙ୍କ ସହ ଥିବା ଫିଜିଓ ରାଫେଲ୍ ମାର୍ଟିନ୍ ଏହି ଯନ୍ତ୍ରଣାରୁ ଶୀଘ୍ର ମୁକୁଳାଇବା ଲାଗି ସବୁ ଯୋଜନା ପ୍ରସ୍ତୁତ କରି ରଖିଛନ୍ତି। ଏହି ସମସ୍ୟାରୁ ମୁକୁଳିବା ଲାଗି ପାଖାପାଖି ୬ ସପ୍ତାହ ଲାଗି ଯିବ ବୋଲି ତାଙ୍କ ଡାକ୍ତର ରୋଡ୍ରିଗୋ ଲାସମର କହିଛନ୍ତି।
ହେଲିକପ୍ଟର୍ରେ ହସ୍ପିଟାଲ୍ ଛାଡ଼ିଲେ ନେମାର
/sambad/media/post_attachments/wp-content/uploads/2018/03/16-Nymar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)